(ରିିପୋର୍ଟସ ଟୁଡ଼େ): ବେଙ୍ଗଲୁରୁ ଦେଶର ଏପରି ଏକ ସହର ଯିଏ ଅନ୍ୟ ସହର ତଳନାରେ କର୍ମଚାରୀଙ୍କୁ ଅଧିକ ବେତନ ଦେଇଥାଏ । ହାର୍ଡ଼ୱାର ଏବଂ ନେଟୱାର୍କିଂ, ସପ୍ଟୱାର ଏବଂ ଆଇଟି କ୍ଷେତ୍ର ଭାରତରେ ତିନିଟି ସବୁଠାରୁ ଅଧିକ ବେତନ ଦେଉଥିବା ସେକ୍ଟର ମାନଙ୍କ ମଧ୍ୟରେ ସବୁଠାରୁ ଆଗରେ ରହିଛି ବେଙ୍ଗାଲୁରୁ । ଖସଦ୍ଭଳରୟଓଦ୍ଭ କମ୍ପାନି ଦେଶରେ ପ୍ରଥମ ଥର ପାଇଁ କର୍ମଚାରୀଙ୍କୁ ବେତନ ଦିଆଯାଇଥିବା ଡ଼େଟାକୁ ଆଧାର ଏକ ଅଧ୍ୟୟନ କରିଥିଲା। ଯେଉଁଥିରେ ୫୦ ମିଲିୟନରୁ ଅଧିକ ଗ୍ରାହକଙ୍କୁ ନିଆଯାଇଥିଲା। ତାପରେ ଯାହା ଜଣାପଡ଼ିଥିଲା ତାହା ଜାଣି ଆପଣ ହେବେ ଆଶ୍ଚର୍ୟ୍ୟ ।
ଲିଙ୍କଡ଼ଇନ୍ (ଖସଦ୍ଭଳରୟଓଦ୍ଭ) ଗତ ଦୁଇ ମାସ ହେଲା କର୍ମଚାରୀଙ୍କ ଡ଼ାଟା ଏକାଠି କରୁଥିଲା। ଭାରତର ମାର୍କେଟରେ ଏବେ ରୋଜଗାରକୁ ନେଇ ଅଧିକ ପ୍ରତିଯୋଗିତା ଦେଖିବାକୁ ମିଳୁଛି। ଏଣୁ ଲୋକଙ୍କୁ ଆଉ ଉତ୍ସାହିତ କରିବା ପାଇଁ ଏଠାରେ ଦିଆଯାଉଥିବା ବେତନକୁ ନେଇ କରାଯାଇଥିଲା ଅଧ୍ୟୟନ। ଯେଉଁଥିରେ ବେଙ୍ଗାଲୁରୁ ସବୁଠାରୁ ଆଗରେ ଥିବା ଜଣାପଡ଼ିଥିଲା। ଏହାପରେ ରହିଛନ୍ତି ମୁମ୍ବାଇ ଏବଂ ପରେ ରହିଛି ଦିଲ୍ଲୀ ସହର।
ଦେଶରେ ହାର୍ଡ଼ୱାର ଏବଂ ନେଟଓର୍କିଂ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କୁ ୧୫ଲକ୍ଷ ପର୍ୟ୍ୟନ୍ତ ପ୍ୟାକେଜ ମିଳିଥାଏ। ସେହିପରି ସପ୍ଟୱାର କ୍ଷେତ୍ରରେ ୧୨ଲକ୍ଷ ଏବଂ କଞ୍ଜୁମର ଫିଲ୍ଡରେ ୯ଲକ୍ଷ ପ୍ୟାକେଜ୍ ବର୍ଷକ ଦିଆଯାଇଥାଏ। ଏହା ଛଡ଼ା ଦେଶରେ ଅଧିକ ବେତନ ମିଳୁଥିବା ପଦ ମାନଙ୍କ ମଧ୍ୟରେ ସାମିଲ ରହିଛି, ଡାଇରେକ୍ଟର ଅଫ ଇଞ୍ଜିନିୟରିଂ, ଚିଫ୍ ଅପୋରେଟିଂ ଅଫିସର, କାର୍ୟ୍ୟକାରୀ ନିର୍ଦ୍ଦେଶକ, ଭାଇସ ପ୍ରେସିଡ଼େଣ୍ଡ ସେଲ୍ସ ଏବଂ ସିନିୟର ପୋଗ୍ରାମ ମ୍ୟାନେଜର ଆଦି ସାମିଲ ରହିଛନ୍ତି। ଯଦି ଆପଣ ମଧ୍ୟ ଚାକିରି ଖୋଜୁଛନ୍ତି ତେବେ ତାହା ପୂର୍ବରୁ ଏହି ବିଷୟରେ ଜାଣିବା ନିହାତି ଜରୁରୀ।