ପୀତବାସ ହତ୍ୟା: ବୟାନକୁ ନେଇ ବଢ଼ିଲା ବ୍ରହ୍ମପୁର ଏସ୍‌ପିଙ୍କ ଅଡୁଆ

ବ୍ରହ୍ମପୁର: ଆଇନଜୀବି ପୀତବାସ ହତ୍ୟା ମାମଲାରେ ବୟାନକୁ ନେଇ ବଢ଼ିଲା ବ୍ରହ୍ମପୁର ଏସ୍‌ପିଙ୍କ ଅଡୁଆ । ଆସନ୍ତା ୧୧ ତାରିଖରେ ବ୍ୟକ୍ତିଗତ ଭାବେ ହଜାର ହେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ୧୧ ତାରିଖ ଦିନ ୧୦ଟା ୩୦ରେ ହାଜର ହେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । SPଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଚାଲିବ କି ନାହିଁ ହେବ ନିଷ୍ପତ୍ତି । ସତ୍ୟପାଠ ଜରିଆରେ ଜବାବ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଆସନ୍ତା ୧୦ ତାରିଖ ସୁଦ୍ଧା ଜବାବ ଦାଖଲ ପାଇଁ ଏସ୍‌ପିଙ୍କୁ ନିର୍ଦ୍ଦେଶ ।

ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁର ଏସ୍‌ପିଙ୍କ ବୟାନ ପ୍ରସଙ୍ଗରେ ବ୍ରହ୍ମପୁର ଏସ୍‌ପିଙ୍କ ପକ୍ଷରୁ ହାଇକୋର୍ଟରେ ଲିଖିତ ଜବାବ ଦାଖଲ କରାଯାଇଛି । ବୟାନକୁ କାହିଁକି ଅଦାଲତ ଅବମାନନା ବିବେଚନା କରାଯିବନି ଜବାବ ଦାଖଲ । ସତ୍ୟପାଠ ଜରିଆରେ ଜବାବ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଆସନ୍ତା ୧୦ ତାରିଖ ସୁଦ୍ଧା ଜବାବ ଦାଖଲ ପାଇଁ ନିର୍ଦ୍ଦେଶ । ସେହିଦିନ ମାମଲାର ହେବ ପରବର୍ତ୍ତୀ ଶୁଣାଣି । ତେବେ ବିଧାୟକଙ୍କ ବିରୋଧରେ ଦାୟର ନିର୍ବାଚନୀ ମାମଲା ହତ୍ୟାର ମୁଖ୍ୟ କାରଣ ବୋଲି କହିଥିଲେ ଏସପି । ମାମଲା ବିଚାରାଧୀନ ଥିବାବେଳେ ଏସ୍‌ପିଙ୍କ ବୟାନକୁ ନେଇ ଦେଖାଦେଇଥିଲା ବିବାଦ ।