PUCC ପ୍ରସଙ୍ଗରେ ହାଇକୋର୍ଟଙ୍କ ନୋଟିସ, ପରିବହନ ସଚିବ ଏବଂ STAକୁ ଜବାବ ତଲବ ମାଗିଲେ ହାଇକୋର୍ଟ

କଟକ: PUCC ପ୍ରସଙ୍ଗରେ ହାଇକୋର୍ଟଙ୍କ ନୋଟିସ। ପରିବହନ ସଚିବ ଏବଂ STAକୁ ଜବାବ ତଲବ ମାଗିଲେ ହାଇକୋର୍ଟ। ଏମ୍‌ଭି ଆଇନ ଉଲ୍ଲଙ୍ଘନ ଅଭିଯୋଗରେ ଦାୟର ମାମଲାରେ ନୋଟିସ ଦେଲେ ହାଇକୋର୍ଟ। ୧୫ ଦିନ ମଧ୍ୟରେ ଜବାବ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ବିନା ପ୍ରଦୂଷଣ ଯାଞ୍ଚରେ ଚାଲାଣ କଟାଯିବାକୁ ବିରୋଧ କରି ହାଇକୋର୍ଟରେ ମାମଲା ହୋଇଥିଲା। ଆସନ୍ତା ୩୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ତେବେ ବୈଧ ପ୍ରଦୂଷଣ ପ୍ରମାଣପତ୍ର (PUCC)ସମ୍ପର୍କିତ ଜନସ୍ୱାର୍ଥ ମାମଲାରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହରୀଶ ଟଣ୍ଡନ ଏବଂ ଜଷ୍ଟିସ୍ ରମଣ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରି ରାଜ୍ୟ ସରକାର ଏବଂ ପରିବହନ କମିଶନରଙ୍କୁ ନୋଟିସ୍ ଜାରି କରିଥିଲେ । ଗାଡି ନାଁରେ ଚାଲାଣ ଥିଲେ ପ୍ରଦ୍ୟୁଷଣ ସାର୍ଟିଫିକଟ ନ ମିଳିବା ପ୍ରସଙ୍ଗରେ ସ୍ପଷ୍ଟୀକରଣ ଲୋଡିଥିଲେ ହାଇକୋର୍ଟ । ଦୁଇ ସପ୍ତାହ ମଧ୍ୟରେ ସ୍ପଷ୍ଟୀକରଣ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସତ୍ୟପାଠ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।