ଯାହାର ନାଚ ହେବ ସୁନ୍ଦର କନିଆ ହେବ ତାହାର । ଏଠି ପୁଅ ନୁହେଁ ଝିଅ ବାଛେ ନିଜ ବର

ବ୍ୟୁରୋ : ନାଚ ଦେଖି ବର ବଛା । ଯାହାର ନାଚ ହେବ ସୁନ୍ଦର କନିଆ ହେବ ତାହାର । ଏଠି ପୁଅ ନୁହେଁ ଝିଅ ବାଛେ ନିଜ ବର । ମେକପ ନେଇ, ସଜେଇ ହୋଇ କନିଆ ଆଗକୁ ଆସିବ ବର । ଅଣ୍ଟା ହଲେ ଠୁମୁକା ମାରି କନିଆକୁ ଇମ୍ପ୍ରେସ କରିବ ।

ହଁ ଦର୍ଶକ ବନ୍ଧୁ, ସାଧାରଣତଃ ବାହାଘର ସମୟରେ ବରପକ୍ଷ ଲୋକ ଯେତେବେଳେ କନିଆକୁ ଦେଖିବାକୁ ଆସନ୍ତି ସେତେବେଳେ କନିଆ ଜଣଙ୍କ ସଜବାଜ ହୋଇ ବର ଅପେକ୍ଷାରେ ବସିଥାଏ । ବର ଏବଂ ତାଙ୍କ ଘର ଲୋକ ଆସିବେ ଆଉ କନିଆକୁ ଦେଖି ପସନ୍ଦ କରିବେ । ତା ପରେ ହାତକୁ ଦୁଇ ହାତ ହେବେ । କିନ୍ତୁ ନାଚ ଦେଖି ବର ବାଛିବା ହେଉଛି ଏକ ଭିନ୍ନ ପରମ୍ପରା । ଏଠାରେ ପୁଅମାନେ ନିଜେ ସଜବାଜ ହୋଇ, ନାଚଗୀତ କରି ଝିଅଙ୍କୁ ବିବାହ ପ୍ରସ୍ତାବ ଦିଅନ୍ତି। କ୍ୟାମରୁନ୍ ଏଵଂ ନାଇଜେରିଆରେ ରହୁଥିବା ନାଇଗର ଜନଜାତି ସମ୍ପ୍ରଦାୟରେ ଏହି ଅଜବ ପରମ୍ପରା ଦେଖିବାକୁ ମିଳେ।

ଏହି ଜନଜାତିର ପୁରୁଷମାନେ ସଜବାଜ ହୋଇ ନିଜ ପାଇଁ ଜୀବନସାଥୀ ଖୋଜନ୍ତି। ତେବେ ଏହା ହେଉଛି ନାଇଗର ଜନଜାତି ପୁରୁଷଙ୍କର ପତ୍ନୀ ଖୋଜିଵାର ଏକ ଭିନ୍ନ ପରମ୍ପରା। ଏହାକୁ ‘ଗୁଏରେୱଲ ଉତ୍ସଵ’ ବୋଲି ମଧ୍ୟ କୁହାଯାଇଥାଏ । ଏହି ଉତ୍ସବରେ ପୁରୁଷମାନେ ମୁହଁରେ ଅଧିକ ମେକ୍ଅପ୍ ବୋଳି ହୋଇ ମହିଳାଙ୍କ ସମ୍ମୁଖରେ ନୃତ୍ୟ କରନ୍ତି । ଏହି ନୃତ୍ୟ କଳାକୁ ଦେଖି ମହିଳା ଜଣକ ଯେଉଁ ପୁରୁଷଙ୍କ ପ୍ରତି ଆକର୍ଷିତ ହୁଅନ୍ତି ତାଙ୍କ କାନ୍ଧରେ ନିଜ ହାତକୁ ରଖିନ୍ତି । ଏଭଳି କରି ସେହି ପୁରୁଷ ସହ ପ୍ରେମ ସମ୍ପର୍କ ବା ବୈବାହିକ ସମ୍ପର୍କ ସ୍ଥାପନ କରିଵାକୁ ମହିଳାମାନେ ସ୍ବୀକୃତି ପ୍ରଦାନ କରନ୍ତି ବୋଲି ବିବେଚନା କରାଯାଏ । ଏହି ଉତ୍ସବ ଅବିକଳ ସୌନ୍ଦର୍ୟ୍ୟ ପ୍ରତିଯୋଗିତା ଭଳି ହୋଇଥାଏ। ପୁରୁଷମାନେ ମୁହଁରେ ଅଧିକ ମେକ୍‌ଅପ୍‌ ନେବା ସହ ସୁନ୍ଦର ପୋଷାକ ଓ ଅଳଙ୍କାରମାନ ପିନ୍ଧିଥାନ୍ତି। ଏହାବାଦ୍ ସେମାନେ ଏକ ଵିଶେଷପ୍ରକାର ନୃତ୍ୟ ପରିବେଷଣ କରି ନିଜ ପୁରୁଷପଣିଆ ପ୍ରଦର୍ଶନ କରିଥାନ୍ତି। ଅବଶ୍ୟ ଏହି ଉତ୍ସବରେ ମହିଳାମାନେ ପୁରୁଷଙ୍କୁ ଗୋଟିଏ ରାତି କିମ୍ବା ସାରା ଜୀବନ ପାଇଁ ସାଥୀ ଭାବେ ବାଛିଥାନ୍ତି।