ପୁରୀ; ରତ୍ନ ଭଣ୍ଡାରର ହେଲା ଲେଜର ସ୍କାନିଂ ।ରତ୍ନ ଭଣ୍ଡାର ତଦାରଖ କରି ଫେରିଲେ ବିଶେଷଜ୍ଞ ଟିମ୍ ।ତଦାରଖ କରି ଫେରିବା ପରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି ।ବିଶେଷଜ୍ଞ ଟିମ୍ ଦ୍ୱାରା ରତ୍ନ ଭଣ୍ଡାରର ଲେଜର ସ୍କାନିଂ କରାଯାଇଛି ।ଏଏସଆଇ ଏଡିଜି ଜାନଭିଜ୍ ଶର୍ମା ନେତୃତ୍ୱରେ ଯାଞ୍ଚ କରାଯାଇଥିଲା ।୧୭ ଜଣିଆ ଟିମ୍ ତନ ତନ କରି ଯାଞ୍ଚ ସହ ଲେଜର ସ୍କାନିଂ କରିଛନ୍ତି ।ତେବେ ଆଜିର ଯାଞ୍ଚ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇନି ,ରାଡାର ସର୍ଭେ ହେବ ।ଗ୍ରାଉଣ୍ଡ ପେନେଟେଟ୍ରିଂ ରାଡାର ସର୍ଭେ କରାଯିବାକୁ ସ୍ଥିର କରାଯାଇଛି । ସେପଟେ ଜଷ୍ଟିସ ରଥ କହିଛନ୍ତି, ୨୫ ଭିତରେ ସରିବ ସର୍ଭେ । ଆସନ୍ତା ୨୫ ତାରିଖ ଭିତରେ ରତ୍ନଭଣ୍ଡାର ସର୍ଭେ କାମ ସରିବ । ରତ୍ନ ଭଣ୍ଡାର ତଦାରଖ କମିଟି ଅଧକ୍ଷ୍ୟ ଜଷ୍ଟିସ ବିଶ୍ୱନାଥ ରଥଙ୍କ ସୂଚନା । ୨୫ ତାରିଖରୁ ଷୋଡଶ ଉପଚାର ପୂଜା ଆରମ୍ଭ ହୋଇଯିବ ବୋଲି କହିଛନ୍ତି ଜଷ୍ଟିସ ରଥ । ଷୋଡଶ ଉପଚାର ପୂଜା ଆରମ୍ଭ ହୋଇଗଲେ ଆଉ କିଛି କରିହେବନି । ଏଥିପାଇଁ ଆମେ ଅନୁରୋଧ କରିଛୁ ୨୫ ତାରିଖ ଭିତରେ ସର୍ଭେ କାମ ସାରିବ ପାଇଁ । ସେମାନେ ୨୫ ଭିତରେ କାମ ସାରିବେ ବୋଲି ଆଶ୍ୱାସନା ଦେଇଛନ୍ତି ।