ଲଗାଣ ବର୍ଷା ଯୋଗୁଁ ରାୟଗଡ଼ା କାଶୀନଗରରେ ଧସିଲା ପାହାଡ଼

ଭୀଷଣ ଘୂର୍ଣ୍ଣିଝଡ ‘ମୋନ୍ଥା’ ଆଜି ସନ୍ଧ୍ୟାରେ ଆନ୍ଧ୍ର ପ୍ରଦେଶର କାକିନାଡାରେ ସ୍ଥଳଭାଗ ଛୁଇଁବାକୁ ଥିବା ବେଳେ ଏହାର ପ୍ରଭାବ ଦକ୍ଷିଣ ଓଡିଶାରେ ଦେଖିବାକୁ ମିଳିଲାଣି । ଆଜି ସକାଳୁ ଗଜପତି ଜିଲ୍ଲାରେ ଭୂସ୍ଖଳନ ଘଟିଛି । ଜିଲ୍ଲାର କାଶୀନଗର ବ୍ଲକର ପାର୍ତ୍ତଡା ପଞ୍ଚାୟତ ଅଧୀନ ଲିଙ୍ଗା-ବାରଭା ରାସ୍ତା ଉପରକୁ ବଡ଼ ବଡ଼ ପଥର ଖସି ପଡ଼ିବାରୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଖବର ପାଇ ତୁରନ୍ତ ଓଡ୍ରାଫ୍ ଟିମ୍ ପହଞ୍ଚି ଜେସିବି ମାଧ୍ୟମରେ ପଥର ହଟାଇବା କାମ ଆରମ୍ଭ କରିଛନ୍ତି । ଘଟଣାସ୍ଥଳରେ ଅତିରିକ୍ତ ଜିଲ୍ଲାପାଳ ତଥା ପର୍ଯ୍ୟବେକ୍ଷକ ଅଧିକାରୀ ଫାଲ୍ଗୁନୀ ମାଝି, ବ୍ଲକ ଓ ଏନଏସି ନୋଡାଲ ଅଫିସର ଡ଼ମ୍ବୁରୁ ଧର ମଲ୍ଲିକ ଓ ପ୍ରଶାସନିକ ଅଧିକାରୀ ସୁଧୀର କୁମାର ନନ୍ଦ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

LANDSLIDE IN GAJAPATI DISTRICT