ରାଜ୍ୟରେ ଆହୁରି ୨ଦିନ ଅନୁଭୂତ ହେବ ଘନକୁହୁଡି

ଭୁବନେଶ୍ୱର : ରାଜ୍ୟରେ ଆହୁରି ୨ଦିନ ଅନୁଭୂତ ହେବ ଘନକୁହୁଡି ।  କୁହୁଡିକୁ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ୬ ଜିଲ୍ଲାକୁ ୟେଲ୍ଲୋ ଆଲର୍ଟ ଜାରି କରିଛି ।  ବିଶେଶ କରି ସୁନ୍ଦରଗଡ , କେନ୍ଦୁଝର ,  ଝାରସୁଗୁଡା , ମୟାଗଡ , କନ୍ଧମାଳ  ଏବଂ କଳାହାଣ୍ଡି  ଏହି ଜିଲ୍ଲାଗୁଡିକରେ   ୫୦ ମିଟର ତଳକୁ ଖସି ଆସିବ ଦୃଶ୍ୟମାନ  କ୍ଷମତା ।  ତେଣୁ ଘାଟି ରାସ୍ତା, ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଯାତାୟାତ ବେଳେ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ଆସନ୍ତା ୬ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବା ସହ ୪ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ବୋଲି ପାଣିପାଗ କେନ୍ଦ୍ର କହିଛି ।