( ଦିଲ୍ଲିପି ସାହୁ): ଜଗତସିଂହପୁର ଜିଲ୍ଲାରେ ବର୍ଷାର ତାଣ୍ଡବ । ଏରସମାରେ ସର୍ବାଧିକ୪୩୫ମିଲିମିଟର ବର୍ଷା, କୁଜଙ୍ଗ ବ୍ଲକରେ୩୭୦ମିଲିମିଟର, ତିର୍ତୋଲ ବ୍ଲକରେ୨୬୮ମିଲିମିଟର,ରଘୁନାଥପୁର ବ୍ଲକରେ୨୧୧ମିଲିମିଟର, ଜଗତସିଂହପୁର ବ୍ଲକରେ୧୯୫ମିଲିମିଟର, ନାଉଗାଁ ବ୍ଲକରେ୧୪୫ମିଲିମିଟର, ବାଲିକୁଦା ବ୍ଲକରେ୧୪୦ମିଲିମିଟର, ଓ ବିରିଡି ବ୍ଲକରେ୧୩୩ମିଲିମିଟର ବର୍ଷା ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।ଜଗତସିଂହପୁର ଜିଲ୍ଲାର ଆଠଟି ବ୍ଲକରେ୧୮୮୯ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଜିଲ୍ଲାରେ ହାରାହାରି,୨୩୬.୧୨ମିଲିମିଟର ବର୍ଷା ହୋଇଥିବା ଜଣାପଡିଛି।ଲଘୁଚାପଜନିତ ବର୍ଷାରେ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି।ଏରସମା ବ୍ଲକରେ ସର୍ବାଧିକ୪୩୫ମିଲିମିଟର ବର୍ଷା ହେବାଫଳରେ ବ୍ଲକର ତଳିଆ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୁଚନା ମିଳିଛି।ଏରସମା ବ୍ଲକର କୁଜଂକୋଠି, ଭିତରଅନ୍ଧାରୀ, ବଳେଇପୁର, ଚଟୁଆ, ଆମ୍ବିକି, ପଦ୍ମପୁର, ଗଡବିଶୁନପୁର,ଜପା,ପଲ୍ଲିକଣ୍ଟା,କୃଷ୍ଣଚନ୍ଦ୍ରପୁର ଆଦି ପଞ୍ଚାୟତରେ ବ୍ୟାପକ ଧାନଫସଲ ସମେତ ଅନେକ ଚାଳଘର ଭାଙ୍ଗୀ ଯାଇଥିବା ସୁଚନା ମିଳିଛି।
ସେହିପରି କୁଜଙ୍ଗ ବ୍ଲକରେ ଦ୍ୱିତୀୟ ସର୍ବାଧିକ ବର୍ଷା ହୋଇଥିବା ଜଣାପଡିଛି। ତିର୍ତୋଲ ବ୍ଲକରେ୨୬୮ମିଲିମିଟର ବର୍ଷା ହୋଇ ବ୍ୟାପକ କ୍ଷୟକ୍ଷତି ହୋଇଛି।ମଣିଜଙ୍ଗା ମେଡିକାଲରେ ପାଣି ପଶି ରୋଗୀସେବା ବାଧାପ୍ରାପ୍ତ ହୋଇଛି। ସବ-ରେଜିଷ୍ଟର, ମଣିଜଙ୍ଗା ହାଇସ୍କୁଲ, ଜଳସଂପଦ କାର୍ୟ୍ୟାଳୟ, ଆଦି ଦପ୍ତରରେ ପାଣି ପଶି କାଗଜପତ୍ର ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ତିର୍ତୋଲ ବ୍ଲକର କଟରା, କୋଷ୍ଟିମଲ୍ଲିକାପୁର, ଗରାମ, ବୋଧେଇ, ପିମ୍ପଳମାଧବ,ମଣିଜଙ୍ଗା, ଜଡତୀରା, ତିର୍ତୋଲ, ତେନ୍ତୁଲିପଦା, ତଳଜଙ୍ଗା,ସାମନ୍ତରାପୁର,କୋଲର, ଆଦି ପଞାୟତରେ ବ୍ୟାପକ ଧାନଫସଲ ପ୍ରଭାବିତ ହେବା ସହ ଅନେକ ଚାଳଘର କାନ୍ଥ ଭୁଷୁଡି ଥିବା ସୂଚନା ମିଳିଛି। ଆହୁରି ବର୍ଷା ହେବାର ସମ୍ଭାବନା ଥିବାରୁ ଲୋକମାନେ ଆତଙ୍କିତ ହୋଇପଡିଛନ୍ତି।ପ୍ରଶାସନ ପକ୍ଷରୁ ଏପର୍ୟ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନଥିଲେ ମଧ୍ୟ ପରିସ୍ଥିତି ଉପରେ ନଜର ରଖାଯାଇଛି।