ବ୍ରହ୍ମପୁରରେ ଲଗାଣ ବର୍ଷା, ଜଳମଗ୍ନ ସହର

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ତଥା ଘୂର୍ଣ୍ଣିବଳୟ ପ୍ରଭାବ

(ବ୍ରହ୍ମପୁର) : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ତଥା ଘୂର୍ଣ୍ଣିବଳୟ ପ୍ରଭାବରେ ସୋମବାର ରାତିତମାମ ବ୍ରହ୍ମପୁର ମହାନଗର ସମେତ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଫଳରେ ବ୍ରହ୍ମପୁର ସହରର ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି। ଗଛ ପଡି ରାସ୍ତା ଜାମ୍ ହୋଇଯାଇଛି।

ସୂଚନାନୁଯାୟୀ , ପାଣି ନିଷ୍କାସିତ ହୋଇ ନପାରି ଯାତାୟାତ ବାଧାପ୍ରାପ୍ତ ହୋଇଛି। ଫଳରେ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଖୁବ୍ ଶୀଘ୍ର ଏହି ସମସ୍ୟାର ସମାଧାନ ପାଇଁ ସହରବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି। ସେପଟେ ଗୋସାଣିନୂଆଗାଁ ମୁଖ୍ୟ ରାସ୍ତାରେ ଗଛ ଭାଙ୍ଗି ପଡ଼ିଥିଲା। ଅଗ୍ନିଶମ ବାହିନୀ ଗଛ କାଟି ଯାତାୟାତ ସ୍ଵାଭାବିକ କରିଥିଲେ।