ତୁହାକୁ ତୁହା ବର୍ଷାରେ ଭିଜୁଛି ସାରା ଓଡିଶା, ୩୦ ଯାଏଁ ପ୍ରବଳ ବର୍ଷା

ଭୁବନେଶ୍ଵର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଏହି ଲଘୁଚାପ ଧୀରେଧୀରେ ଶକ୍ତିଶାଳୀ ହେଉଥିବାରୁ ପ୍ରାୟ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।

ଆଜି ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଏଥିସହ ସାରା ଓଡ଼ିଶାରେ ବି ବର୍ଷା ସମ୍ଭାବନା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହିଭଳି ରାଜ୍ୟରେ ୩୦ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତା ୩୦ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ପ୍ରବେଶ ନିଷେଧ କରାଯାଇଛି।

୨୯ ତାରିଖ କେନ୍ଦ୍ରୀୟ ଓ ଉତ୍ତର  ଓଡ଼ିଶାରେ ସ୍ୱଳ୍ପ ବର୍ଷା ହୋଇପାରେ । ୩୦ ତାରିଖରେ  ଉତ୍ତର ଓ ପଶ୍ଚିମ ଓଡ଼ିଶା, ୩୧ରେ ଅଧିକାଂଶ ସ୍ଥାନରେ ସ୍ୱଳ୍ପ ବର୍ଷା ହେବ । କିଛି ସ୍ଥାନରେ ମଧ୍ୟମ ଧରଣର ( ୩୫  ମିମି ପର୍ଯ୍ୟନ୍ତ) ବର୍ଷା ସମ୍ଭାବନା ଅଛି । ୩୧ ତାରିଖ ଯାଏ  ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ନାହିଁ । ବୁଧବାର ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ  ବର୍ଷା ହୋଇଛି ।