ଆନନ୍ଦପୁର/ ବିଭୂତି ଭୂଷଣ ଜେନା: ଭାଇଚାରା ଯୋଗୁଁ ସୁଦୃଢ଼ ହୋଇଛି ଅନନ୍ଦପୁର ମହୋତ୍ସବ । ଆନନ୍ଦପୁର ମହୋତ୍ସବର ତୃତୀୟ ସନ୍ଧ୍ୟାରେ ପ୍ରବଳ ଜନସମାଗମ ହୋଉ ଥିବା ବେଳେ। ମହୋତ୍ସବ କମିଟି ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ଅନିଲ କୁମାର ସେଠୀଙ୍କ ସଭାପତିତ୍ବରେ ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ ମୁଖ୍ୟଅତିଥି , ପୌରାଧ୍ୟକ୍ଷା ରଜନୀରାଣୀ ଖଟୁଆ , ଆନନ୍ଦପୁର ବ୍ଲକ୍ ଅଧ୍ୟକ୍ଷା ଅଞ୍ଜନା ବାରିକ , ହାଟଡିହି ବ୍ଲକ୍ ଅଧ୍ୟକ୍ଷା ସାବିତ୍ରୀ ସେଠୀ , ପୌର ଉପାଧ୍ୟକ୍ଷ ଦୁର୍ଗାଚରଣ ଦଳେଇ , ହାଟଡିହି ଉପାଧ୍ୟକ୍ଷ ରତିକାନ୍ତ ରାଉତ , ଆନନ୍ଦପୁର ବ୍ଲକ୍ ଉପାଧ୍ୟକ୍ଷ ସଦାଶିବ ଦେହୁରୀ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ । ମହୋତ୍ସବ ମାଧ୍ୟମରେ ଆନନ୍ଦପୁରର ଭାଇଚାରା ସୁଦୃଢ଼ ହୋଇପାରିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ସଂଯୋଜକ ଡ . ପ୍ରଦୀପ କୁମାର ମହାନ୍ତି ଧନ୍ୟବାଦ ଦେଇଥିଲେ । ଶେଷରେ ବିଶିଷ୍ଟ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆ ଓ ସହଯୋଗୀଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା । ପୂର୍ବରୁ ରଗୁଡ଼ିର ଗାୟିକା ଶୁଭଲଗ୍ନା ଉମାମଣି ପାଢ଼ୀ ପାଲା , ଦଧିବାମନଜିଉ କଳାକାର ସଂଘ ପକ୍ଷରୁ ଗୌରାଙ୍ଗ ଜେନାଙ୍କ ନେତୃତ୍ବରେ ସାଂସ୍କୃତିକ କାର୍ୟ୍ୟକ୍ରମ , ବଳରାମପୁର ସଂଗୀତ ସୌରଭ ଦ୍ଵାରା ଭଜନ ସନ୍ଧ୍ୟା , ଶାଳପଡ଼ାର ଏସ୍ ମ୍ୟୁଜିକ୍ , ମୁରାବାଲିର ବିଡିଏସ୍ ଡ୍ୟାନ୍ସ ଗ୍ରୁପ୍ ଦ୍ଵାରା ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା । ଗତକାଲି ରବିବାର ଥିବାରୁ ଅପରାହ୍ଣ ୩ଟାରୁ ମହୋତ୍ସବ ପଡ଼ିଆରେ ଲୋକଙ୍କ ଭିଡ଼ ଜମିଥିଲା ରାସ୍ତାରେ ଗୁରୁତର ଟ୍ରାଫିକ ସମସ୍ୟା ଯୋଗୁଁ ଲୋକେ ହନ୍ତସନ୍ତ ହୋଇଥିଲେ । ବୈତରଣୀ ପୋଲ ଉପରେ ଘଣ୍ଟାଘଣ୍ଟା ଧରି ଲୋକେ ଫସି ରହିଥିଲେ । ଆମ୍ବୁଲାନ୍ସ ମଧ୍ୟ ଜାମରେ ଫସିଥିବା ଦେଖିବାକୁ ମିଳିଥିଲା । ଟ୍ରାଫିକ ନିୟନ୍ତ୍ରଣ ପାଇଁ ଆନନ୍ଦପୁର ପୁଲିସକୁ ନାକେଦମ୍ ହେବାକୁ ପଡ଼ିଥିଲା । ଏହି ମାହୋତ୍ସବ ରେ ଜୟ ଜୟ ଦୁର୍ଗା ଟ୍ରଷ୍ଟ ପକ୍ଷରୁ ମାଗଣା ପାଣି ,ବିସ୍କୁଟ, ଥଣ୍ଡା, ଓ ମଶାରୀ ବଣ୍ଟନ କରାଯାଇଛି।