ଭୁବନେଶ୍ୱର: ନୂଆବର୍ଷ ଦିନ ଶ୍ରୀମନ୍ଦିର ଏବଂ ପୁରୀ ସମୁଦ୍ର ବେଳାଭୂମିରେ ସାଢ଼େ ୩ ଲକ୍ଷରୁ ୪ ଲକ୍ଷଙ୍କ ବିଶାଳ ସମାଗମ ହେବା ଅନୁମାନ କରାଯାଉ । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରି ଦେଇଛି । କେନ୍ଦ୍ରାଞ୍ଚଳ ଡିଆଇଜି ନୂଆ ବର୍ଷ ପାଇଁ ବ୍ୟାପକ ସୁରକ୍ଷା ଏବଂ ଟ୍ରାଫିକ୍ ପରିଚାଳନା ଢାଞ୍ଚାକୁ ଚୂଡ଼ାନ୍ତ କରିଛନ୍ତି । ମୁତୟନ ହେବେ ୬୦ ପ୍ଲାଟୁନ୍ ପୋଲିସ ଫୋର୍ସ । ଏଥିରେ ୧୦ ଜଣ ଅତିରିକ୍ତ ଏସପି, ୩୩ ଜଣ ଡିଏସପି ଏବଂ ୬୨ ଜଣ ଇନ୍ସପେକ୍ଟରଙ୍କ ସମେତ ମୋଟ ୨୪୫ ଜଣ ସବ୍-ଇନ୍ସପେକ୍ଟର ତଦାରଖ କରୁଛନ୍ତି । ଏହାସହ ଜରୁରୀ ପରିସ୍ଥିତି ପାଇଁ ଓଡ୍ରାଫ୍ ଏବଂ ସମୁଦ୍ର କୂଳରେ ଲାଇଫଗାର୍ଡମାନଙ୍କୁ ନିୟୋଜିତ କରାଯାଇଛି।

ନୂଆବର୍ଷରେ ଭିଡ଼କୁ ଦୃଷ୍ଟିରେ ରଖି ଧାଡ଼ିରେ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି । ତେବେ ମାର୍କେଟ ଛକଠାରୁ ମନ୍ଦିର ପର୍ଯ୍ୟନ୍ତ ଧାଡ଼ି ଲାଗିଛି । ଯେଉଁଭଳି ଭାବରେ ଆପଣ ଦେଖୁଛନ୍ତି, ୬ ଥାକିଆ ସେଡ ର ବ୍ୟବସ୍ଥା ରହିଛି। ସେଡରରେ ପ୍ରବେଶ କରିବା ବେଳେ ଫ୍ୟାନ ଲାଇଟ୍ ଓ ମାଇକ ର ବ୍ୟବସ୍ଥା ଅଛି । ନୂଆବର୍ଷ ପାଇଁ ପୁରୀ ପ୍ରଶାସନର ବଡ଼ ପ୍ରସ୍ତୁତି । ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଆଗୁଆ ବ୍ୟାପକ ପଦକ୍ଷେପ ନିଆଯାଇଛି । ଇଂରାଜୀ ନବ ବର୍ଷ ପାଇଁ ପୁରୀରେ ଆଗୁଆ ପ୍ରସ୍ତୁତି । ନୂଆ ବର୍ଷରେ ଶ୍ରୀମନ୍ଦିରରେ ହେବ ଏକ ମୁଖ ଦର୍ଶନ ବ୍ୟବସ୍ଥା । ସିଂହଦ୍ଵାରରେ ପ୍ରବେଶ ସହ ଅନ୍ୟ ତିନି ଦ୍ଵାରରେ ପ୍ରସ୍ଥାନ ହେବ । ମାର୍କେଟ ଛକ ଯାଏ ରହିବ ବ୍ୟାରିକେଡ । ଡିସେମ୍ବର ୩୧ ତାରିଖ ପର୍ଯ୍ଯନ୍ତ ୪ ଦ୍ବାର ଦର୍ଶନ ବ୍ଯବସ୍ଥା କରାଯାଇଥିଲେ ସୁଦ୍ଧା ନୂଆବର୍ଷରେ ଭକ୍ତଙ୍କ ଆଗମନକୁ ଦୃଷ୍ଟିକୁ ନଜରରେ ରଖି ସିଂହ ଦ୍ବାର ଦେଇ ଦର୍ଶନ କରିବାପାଇଁ ହୋଇଛି ବ୍ୟବସ୍ଥା ଏହାସହ ଅନ୍ଯ ୩ଦ୍ବାର ଦେଇ ପ୍ରସ୍ଥାନ କରିବେ ।