ଆଜିଠୁ ଭୟଙ୍କର ତାତି

ଆଜିଠୁ ରାଜ୍ୟରେ ଭୟଙ୍କର ତାତି, ୨ଦିନରେ ବଢିବ ୫ଡିଗ୍ରୀ ତାପମାତ୍ରା

ଭୁବନେଶ୍ୱର:ଆଜିରୁ ୨ଦିନ ରାଜ୍ୟରେ ବଢିବ ତାତି ।ଏପ୍ରିଲ ମାସରେ ଏହା ଦ୍ୱିତୀୟ ପର୍ଯ୍ୟୟ ତାତି ହେବାକୁ ହେବାକୁ ଥିବା ବେଳେ ଅନେକ ସ୍ଥାନରେ ଗ୍ରୀଷ୍ନ ଲହରୀ ସୃଷ୍ଟି ହେବ । ଆଜିରୁ ଆରମ୍ଭ ହୋଇ୧୮ ଯାଏ ତାପମାତ୍ର ଅଧିକ ରହିବ ।। ତାତି ବୃଦ୍ଧି ଯୋଗୁଁ କିଛି ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୪-୬ ଡିଗ୍ରୀ ପର୍ୟ୍ୟନ୍ତ ଅଧିକ ରହିବାକୁ ଥିବା ବେଳେ ବହୁ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ଅତିକ୍ରମ କରିବ। ଏଭଳି ସ୍ଥିତି ପାଇଁ ସୋମବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ସୋନପୁର ପାଇଁ ହିଟ୍ ୱେଭ୍ ଆଲର୍ଟ ଜାରି କରାଯାଇଛି।
ବର୍ତ୍ତମାନ ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି। ବର୍ତ୍ତମାନ ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି।ପାଣିପାଗ କେନ୍ଦ୍ରର ସୂଚନାକୁ ଆଧାର କରି ଆଲର୍ଟ ଜାରି ହୋଇଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଏସଆରସି ସତର୍କ କରାଇଛନ୍ତି।ଗ୍ରୀଷ୍ମକାଳୀନ ପରିସ୍ଥିତି ମୁକାବିଲା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁ ଏସ୍ଆରସି ନିର୍ଦ୍ଦେଶ ଦେଇଛନ୍ତି।