(ଦିଲ୍ଲୀ) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଉତ୍ତାପ । ମୌସୁମୀ ଆସିବା ପର୍ଯ୍ୟନ୍ତ ତାତି କମ୍ ରହିବ। ହେଲେ ଅସମ୍ଭାଳ ଗୁଳୁଗୁଳି ଲାଗି ରହିବ। । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦେଇଛନ୍ତି।
ପାଣିପାଗ ବିଭାଗ କହିବାନୁଯାୟୀ, ଆଗାମୀ ୧୩ ତାରିଖ ପର୍ଯ୍ୟନ୍ତ ଏଭଳି ତାତିରୁ ନିସ୍ତାର ମିଳିବ ନାହିଁ। ପଶ୍ଚିମ ଓଡ଼ିଶାର ସମ୍ବଲପୁର, ବଲାଙ୍ଗୀର, ସୋନପୁର, ବୌଦ୍ଧ, ବରଗଡ଼ ଓ ନୂଆପଡାରେ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ହିଟ୍ ୱେଭ ୱାର୍ଣ୍ଣଂ ଜାରି କରଯାଇଛି। ତାତି କମ୍ ଥିଲେ ହେଁ ଗୁଳୁଗୁଳି ପ୍ରବଳ ହେଉଛି। ପୁରୀରେ ୭୬%, ପାରାଦ୍ୱୀପରେ ୭୫% ଓ ଭୁବନେଶ୍ୱରରେ ୬୦% ଆଦ୍ରତା ରହୁଛି। ରେକର୍ଡ ତାପମାତ୍ରା ୩୩ ରୁ ୩୫ଡିଗ୍ରୀ ଭିତରେ ରହୁଥିଲେ ହେଁ ଆଦ୍ରତା ରହୁଥିବା ଯୋଗୁ ତାତି ୫ରୁ ୧୦ଡିଗ୍ରୀ ଅଧିକ ଥିବା ଭଳି ଅନୁଭବ ହେଉଛି।
,
ରାଜସ୍ଥାନ,ଗୁଜୁରାଟ, ମଧ୍ୟପ୍ରଦେଶ, ଛତିଶଗଡ଼ ପ୍ରଭୃତି ରାଜ୍ୟରେ ତାପମାତ୍ର ୪୫ ଡିଗ୍ରୀ ରହୁଛି। କେନ୍ଦ୍ରୀୟ ଭାରତର ଏହି ସ୍ଥାନରେ ସୃଷ୍ଟି ହୋଇଛି ଗୁରୁଚାପ। ଏହି ଅଞ୍ଚଳରୁ ଓଡ଼ିଶା ଭିତରକୁ ଶୁଷ୍କ ବାୟୁ ପ୍ରବାହିତ ହେଉଛି। ଯାହାର ପ୍ରଭାବରେ ରାଜ୍ୟର ବାୟୁ ମଣ୍ଡଳ ଉପରି ଭାଗ ୨ କିଲୋମିଟର ବ୍ୟାପି ଶୁଷ୍କ ରହୁଛି। ଫଳରେ ପ୍ରବଳ ଆଦ୍ରତା ସତ୍ୱେ ମେଘଖଣ୍ଡ ସୃଷ୍ଟି ହେବାରେ ବାଧା ଉପୁଜୁଛି। ମେ’ ଶେଷ ସୁଦ୍ଧା ମୌସୁମୀ ବାୟୁ କେରଳ ଛୁଇଁଛି।