(ସୌମ୍ୟ ରଂଜନ ସେଠୀ): ବୟସ ମାନୁନି ହୃଦଘାତ । ୩୦ରୁ ୪୦ ବର୍ଷ ମଧ୍ୟରେ ଲୋକଙ୍କୁ ହୃଦଘାତ ହେବାର ଅଧିକ ସମ୍ଭାବନା ରହିଥିବା ସର୍ଭେରୁ ଜଣାପଡିଛି । ବିଶେଷକରି ବଦଳୁଥିବା ଜୀବନ ଶୈଳୀ ଓ ମାନସିକ ଚାପ ଫଳରେ ରକ୍ତଚାପ ବଢୁଛି ଏବଂ ଏହା ହୃଦଘାତ ପାଇଁ ବାଟ କଢାଉଛି । ଭାରତରେ ହୃଦଘାତ ଜନିତ ମୃତ୍ୟୁ ଉଦବେଗଜନକ ରହିଛି । ଆପଣ ବି ହୋଇପାରନ୍ତି ହୃତଘାତର ଶିକାର ।
ତାହାଲେ ଆସନ୍ତୁ ଜାଣିବା କ’ଣ କଲେ ହୃଦ୍ଘାତରୁ ମୁକ୍ତି ପାଇବା
ଆଜିର ଦିନରେ ହୃଦଘାତ ଜନିତ ମୃତ୍ୟୁ ସଂଖ୍ୟା ଅଧିକ ରହୁଛି । ପୃଷ୍ଟିକର ଖାଦ୍ୟର ଅଭାବ,ପରିବେଶ ପ୍ରଦୂଷଣ, ବିଶୃଙ୍ଖଳିତ ଜୀବନ ଶୈଳୀ ଯେମିତିକି ଧୂମପାନ ଓ ତମାଖୁ ସେବନ ଏବଂ ମୋଟାପଣ ଆଦି ହୃଦଘାତର କାରଣ ପାଲିଟିଛି । ତେଣୁ ସେ ସବୁ ଠାରୁ ଦୂରେଇ ରହିବା ।
ଅତ୍ୟଧିକ କାମର ଚାପ ମଧ୍ୟ ଅନ୍ୟ ଏକ କାରଣ ବୋଲି ରିପୋର୍ଟ କହୁଛି । ସପ୍ତାହରେ ଯେଉଁମାନେ ୫୫ ଘଂଟାରୁ ଅଧିକ କାମ କରନ୍ତି ସେମାନଙ୍କ କ୍ଷେତ୍ରରେ ହୃଦଘାତର ସମ୍ଭାବନା ୩୩ ପ୍ରତିଶତ ରହିଛି । ବୈଦ୍ୟୁତିକ ଉପକରଣ ବ୍ୟବହାର କରୁଥିବା କର୍ମଜୀବୀଙ୍କ କ୍ଷେତ୍ରରେ ଏହି ବିପଦ ଅଧିକ ରହିଛି ତେଣୁ ନିଜକୁ ସତର୍କ ରହିବାକୁ ପଡିବ ହୃଦ୍ଘାତର ବିଭିନ୍ନ କାରଣ ରହିଛି । ଏଥିଭିତରୁ ଏକ କାରଣ .ହେଲା ଅଳସୁଆମି ।ଅର୍ଥାତ୍ ଠିକ୍ ସମୟରେ ସ୍ନାନ ନ କରିବା,ବସି ବସି ଟେଲିଭିଜନ୍ ଦେଖିବା, ଘରେ ଚାକର ଥିଲେ କୁଟାଖଣ୍ଡକେ ଦିଖଣ୍ଡ ନ କରିବା, ଭଳି ଅଭ୍ୟାସ ଯୋଗୁଁ ବି ଜଣେ ହୃଦରୋଗର ଶିକାର ହୋଇପାରେ। ଠିକ୍ ସେହିପରି ଏକ ଜାଗାରେ ବସି ରହିଲେ ମୋଟାପା ବଢ଼ିବ ଓ ମାଂସପେଶୀ ମଧ୍ୟ ଜାମ୍ ହୋଇଯିବ। ଫଳତଃ ହୃଦ୍ଘାତର ଆଶଙ୍କା ଦେଖା ଦେଇଥାଏ। ଖାଲି
ସେତିକିନୁହେଁ କୌଣସି କାମରେ ମନ ନ ଲଗାଇ କେବଳ ମନଇଚ୍ଛା କାମ କଲେ ବି ଏହାର ଶିକାର ହୋଇପାରନ୍ତି।
ସନ୍ଧ୍ୟାରେ ଟିଭି ଦେଖିବା ଅପେକ୍ଷା ପାର୍କକୁ ଯାଇ ବୁଲନ୍ତୁ। ପିଲାଙ୍କୁ ମଧ୍ୟ ସନ୍ଧ୍ୟାରେ ଖେଳିବାକୁ ପଠାନ୍ତୁ। ବ୍ୟାଡ଼୍ମିିଣ୍ଟନ୍,ଟେବୁଲ୍ ଟେନିସ ଭଳି ଖେଳ ଖେଳିପାରନ୍ତି। ନିଜେ ବଜାରକୁ ଯାଇ ପନିପରିବା ଓ ତେଜରାତି ସମାଗ୍ରୀ ଆଣନ୍ତୁ। ଏହାଦ୍ୱାରା ଆପଣଙ୍କ ବ୍ୟାୟାମ ବି ହେବ। ନିୟମିତ ରୂପରେ ବ୍ୟାୟାମ କରିବାର ଅଭ୍ୟାସରେ ଅଭ୍ୟସ୍ତ କରନ୍ତୁ। ପ୍ରତିଦିନ ସ୍ୱାମୀ,ସ୍ତ୍ରୀ ଓ ପିଲା ସମସ୍ତେ ବ୍ୟାୟାମ କରନ୍ତୁ। ଏହାଦ୍ୱାରା ଶରୀରରେ ଜମା ହୋଇଥିବା ଅତିରିକ୍ତ ଚର୍ବି କମିଯିବ ଏବଂ ମାଂସପେଶୀ ସୁଦୃଢ଼ ହେବ।
ମାନସିକ ଉତ୍ତେଜନା ବୃଦ୍ଧି ହେବା ଫଳରେ ହୃଦ୍ରୋଗ ହୋଇଥାଏ। ଏଣୁ ଯଥାସମ୍ଭବ ଉତ୍ତେଜିତ ନ ହେବା ଭଲ। ଏଥିପାଇଁ ବ୍ୟାୟାମ କରିବା ଆବଶ୍ୟକ। ମନେ ରଖନ୍ତୁ ନିୟମିତ ଭାବେ ବ୍ୟାୟାମ କରିଲେ ଶାରୀରିକ ଓ ମାନସିକ ଉତ୍ତେଜନା ଦୂରୀଭୂତ ହୋଇଥାଏ । ଯୋଗ,ପ୍ରାଣାୟାମ,ଏହୋବିକ୍ସ,ଶୀଘ୍ର ଚାଲିବା ଆଜି ଉପାୟରେ ମଧ୍ୟ ଉତ୍ତେଜନା ହ୍ରାସ କରିପାରିବେ।