ଖାଦ୍ୟକୁ ସୁସ୍ୱାଦୁ ଓ ସୁଗନ୍ଧ ଯୁକ୍ତ କରିବା ପାଇଁ ଅନେକେ ହେଙ୍ଗୁ ବ୍ୟବହାର କରନ୍ତି। ହେଲେ ଆପଣ ଜାଣିଛନ୍ତି କି, ହେଙ୍ଗୁରେ ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି। ତେବେ ଆସନ୍ତୁ ଜାଣିବା ହେଙ୍ଗୁ ପାଣି ପିଇଲେ କ’ଣସବୁ ସ୍ୱାସ୍ଥ୍ୟ ଲାଭ ମିଳିଥାଏ।
୧. ହେଙ୍ଗୁ ଖାଇଲେ ପାଚନ କ୍ରିୟା ଠିକ୍ ରଖିଥାଏ ଏବଂ ପେଟର ପିଏଚ୍ ସ୍ତର ନିୟନ୍ତ୍ରିତ ରହିଥାଏ। ଏପରିକି ଶରୀରରେ ଥିବା ହାନିକାରକ ଟକ୍ସିନକୁ ହେଙ୍ଗୁ ଶରୀରରୁ ବାହାର କରିଥାଏ।
୨. ହେଙ୍ଗୁ ପାଣି ମେଟାବୋଲିଜିମ୍କୁ ବଢ଼ାଇବା ପାଇଁ ସାହାଯ୍ୟ କରିଥାଏ। ଶରୀରରେ ମେଟାବୋଲିଜିମ୍ର ସ୍ତର ବୃଦ୍ଧି ହେଲେ ଓଜନ ହ୍ରାସ ହୋଇଥାଏ।
୩. କେବଳ ଏତିକି ନୁହେଁ, ହେଙ୍ଗୁ ପାଣି ଆପଣଙ୍କ ଶରୀରରେ ଖରାପ କୋଲେଷ୍ଟ୍ରଲକୁ କମ୍ କରିଥାଏ, ଯେଉଁଥିପାଇଁ ଆପଣଙ୍କ ହାର୍ଟ ସୁସ୍ଥ ରହିଥାଏ।
୪ . ମୁଣ୍ଡ ବିନ୍ଧାରୁ ମୁକ୍ତି ପାଇବା ପାଇଁ ହେଙ୍ଗୁ ପାଣି ପିଅନ୍ତୁ। ଦେଖିବେ ମୁଣ୍ଡ ବିନ୍ଧା ଶୀଘ୍ର ଭଲ ହୋଇଯିବ।
୫ . ହେଙ୍ଗୁ ବ୍ଲଡ୍ ସୁଗାରକୁ ନିୟନ୍ତ୍ରଣରେ ରଖିଥାଏ।
୬ . ଏଥିରେ ଥିବା ଆଣ୍ଟି-ବ୍ୟାକ୍ଟେରିଆଲ୍ ଓ ଆଣ୍ଟି-ଭାଇରାଲ୍ ଗୁଣ ଦେହରେ ହେଉଥିବା ଜଳାପୋଡ଼ାକୁ କମ୍ କରିଥାଏ।