ଭୁବନେଶ୍ୱର:ସୁନା କଳସ ଦାନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ତେବେ କୋଟିଏ ଟଙ୍କାର ସୁନା କଳସ ମହାରାଷ୍ଟ୍ରର ପ୍ରସିଦ୍ଧା ଶନିମନ୍ଦିରକୁ ଦାନ କରିଛନ୍ତି ଝାରସୁଗୁଡା ବିଧାୟକ ନବ ଦାସ । ତେବେ ଗତ ସପ୍ତାହରେ କୁମ୍ଭ ରାଶିରେ ଶନି ଚଳନ କରିଥିଲେ । ଶନିଙ୍କ ମନ୍ଦିରରେ ଏହି ବହୁମୂଲ୍ୟ କଳସକୁ ଦାନ କରିଛନ୍ତି ନବ ଦାସ । ତେବେ ମହାରାଷ୍ଟ୍ରର ଅହମ୍ମଦନଗର ଶନି ଶିଙ୍ଗଣାପୁରରେ ଏହି ମନ୍ଦିର ଅବସ୍ଥିତ । ଏହି କଳସ ୭ ସହ ଗ୍ରାମ ସୁନା ଓ ୫ କେଜି ରୂପାରେ ତିଆରି ହୋଇଛି ।। ୨୦ ବର୍ଷ ପରେ ଶନି ଅମାବାସ୍ୟା ପଡିଥିବାକୁ ଏହି ଦାନ କରାଯାଇଥିବା ସୂଚନା ରହିଛି ।ମନ୍ତ୍ରୀ ନବ ଦାସ ତାଙ୍କ ପରିବାର ଲୋକଙ୍କ ସହିତ ମନ୍ଦିରରେ ପୂଜାର୍ଚନା କରିବା ସହିତ ସୁନା କଳସ ଦାନ କରିଛନ୍ତି । ତେବେ ଦାନ ଦେଇଥିବା ବ୍ୟକ୍ତିଙ୍କ ନାଁକୁ ମନ୍ଦିର ପ୍ରଶାସନ ଗୋପନ ରଖିଛି । ତେବେ ଏଭଳି ଦାନ ନେଇ ନବ ଦାସଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ।