ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ,୬୧ ବର୍ଷ ବୟସରେ ମୃତ୍ୟୁ
ଗୁଳିମାଡରେ ଚାଲିଗଲା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଜୀବନ
ଭୁବନେଶ୍ୱର : ନବ ଦାସଙ୍କ ପରଲୋକ,୬୧ ବର୍ଷ ବୟସରେ ମୃତ୍ୟୁ । ଗୁଳିମାଡରେ ଚାଲିଗଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ | ଝାରସୁଗୁଡ଼ାରୁ ଭୁବନେଶ୍ୱରକୁ ଚିକିତ୍ସା ପାଇଁ ଏୟାରଲିଫ୍ଟ ହୋଇଥିଲେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ | ବ୍ରଜରାଜନଗରର ଏକ ସାଧାରଣ ସଭାରେ ଯୋଗ ଦେବାକୁ ଯାଉଥିବା ବେଳେ ବ୍ରଜରାଜନଗର ଗାନ୍ଧୀ ଛକରେ ତାଙ୍କୁ ଏଏସଆଇ ଗୋପାଳ ଦାସ ଗୁଳି କରିଥିଲେ ବୋଲି ସ୍ପଷ୍ଟ କରିଛନ୍ତି ବ୍ରଜରାଜନଗର ଏସଡିପିଓ ଗୁପ୍ତେଶ୍ୱର ଭୋଇ | କାହିଁକି ଏଏସଆଇ ଗୁଳି କରିଚନ୍ତି ତାହା ଜଣାପଡିନାହିଁ | ମନ୍ତ୍ରୀଙ୍କୁ ଫାୟାରିଂ ବେଳେ ୪ରୁ ୫ ରାଉଣ୍ଡ ଗୁଳି ଶଦ୍ଧ ଶୁଣାଯାଇଥିବା ସୂଚନା ମିଳିଥିଲା ତେବେ ମନ୍ତ୍ରୀଙ୍କ ପାଖରେ ଆଉଜଣେ ବ୍ୟକ୍ତି ଆହାତ ଓ ଜଣେ ପୋଲିସ ହାତରେ ମଧ୍ୟ ଗୁଳି ବାଜିଥିବା ସୂଚନା ମିଳିଥିଲା | ତେବେ ତାଙ୍କୁ ପ୍ରଥମେ ଝାରସୁଗୁଡା ମୁଖ୍ୟଚିକିତ୍ସାଳୟରେ ଭର୍ତି କରାଯାଇଥିଲା ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏୟାରଲିଫ୍ଟ କରି ଭୁବନେଶ୍ୱରକୁ ନିଆଯାଇଥିଲା । ଏବଂ ଚିକିତ୍ସା ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଯାଇଛି |
୭ ଜାନୁଆରୀ ୧୯୭୨ ରେ ଜନ୍ମ ଗ୍ରହଣ କରିଥିଲେ ନବ ଦାସ। ୧୯୮୯ ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଇଂଲିଶ ରେ ଏମଏ । ୨୦୦୯ ରୁ ନିର୍ବାଚିତ ହୋଇ ଆସୁଛନ୍ତି ନବ ଦାସ।କଂଗ୍ରେସ ରୁ ୨ ଥର ବିଜେଡିରୁ ଥରେ ନିର୍ବାଚିତ ହୋଇଛନ୍ତି। ବିଜେଡିରୁ ଜିତିବା ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ହୋଇଥିଲେ ନବ କିଶୋର ଦାସ।
ତେବେ କାହିଁକି ଓ କେଉଁ କାରଣରୁ ଏଏସଆଇ ଗୁଳି କରିଛନ୍ତି ଏଯାଏଁ ମଧ୍ୟ ସ୍ପଷ୍ଟ ହୋଇନାହିଁ | ସେ ପୂର୍ବରୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ ବୋଲି ଆଲୋଚନା ହେଉଛି | ସେପଟେ ମୁଖ୍ୟମନ୍ତ୍ରୀ ଶୋକପ୍ରକାଶ କରିବା ସହ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଧେଶ ଦେଇଛନ୍ତି | ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି |