କରୋନାରେ ଆକ୍ରାନ୍ତ ହେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ
ରାଜ୍ୟରେ ଦିନକୁ ଦିନ ସଂକ୍ରମଣ ହାର ବୃଦ୍ଧି ପାଇବାରେ ଲାଗିଛି ।
(ଭୁବନେଶ୍ୱର) : ରାଜ୍ୟରେ ଦିନକୁ ଦିନ ସଂକ୍ରମଣ ହାର ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ରାଜଧାନୀରେ ମାତିଛି କରୋନା ଆତଙ୍କ । ଏହାରି ମଧ୍ୟରେ କରୋନାରେ ସଂକ୍ରମିତ ହୋଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ। ଏନେଇ ସେ ନିଜେ ସୂଚନା ଦେଇଛନ୍ତି।
I was tested asymptomatic Covid positive yesterday and now in home isolation. I request all those who have come in physical contact with me in last 3 days to get themselves tested.#nabadasjsg
— Naba Kisore Das (@nabadasjsg) January 7, 2022
ସୂଚନାନୁଯାୟୀ , ପଜିଟିଭ ଚିହ୍ନଟ ପରେ ମନ୍ତ୍ରୀ ଶ୍ରୀ ଦାସ ଆଇସୋଲେସନରେ ରହିଥିବା ନେଇ ଟ୍ୱିଟ କରିଛନ୍ତି। ଏଥିସହ ଗତ ୩ ଦିନରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଟେଷ୍ଟ କରାଇନେବାକୁ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୭୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେପଟେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟ ବଢିବା ନେଇ ଆଶଙ୍କା ଜାରି ରହିଛି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୧୫୭୯ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ହେଉଛି ୧୧୨୪ଟି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୪୦୯ ଜଣ ଅଛନ୍ତି।