ଭୁବନେଶ୍ବର ଏମ୍ସରେ ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର ଏମ୍ସରେ ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ସ୍ୱାସ୍ଥ୍ୟମନ୍ତ୍ରୀ । ବିଧାୟକ ବାବୁ ସିଂହଙ୍କ ସହ ମିଶି ଡାକ୍ତରଙ୍କ ସହ ଆଲୋଚନା କଲେ ସ୍ଵାସ୍ଥ୍ୟମନ୍ତ୍ରୀ । ପ୍ରୋଟୋକଲ୍‌ ଅନୁସାରେ ଚିକିତ୍ସା ଚାଲିଛି । ସ୍ଵାସ୍ଥବସ୍ତାରେ ଉନ୍ନତି ଆସିଛି ବୋଲି କହିଛନ୍ତି ମନ୍ତ୍ରୀ । ମନ୍ତ୍ରୀ ଆହୁରି କହିଛନ୍ତି, ଦିଲ୍ଲୀ ଏମ୍ସର ଏକ ଡାକ୍ତରୀ ଟିମ୍‌ ସହ ମଧ୍ୟ କଥାବର୍ତ୍ତା ହେବୁ । ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ଚିକିତ୍ସା କରିବା ପାଇଁ ନିର୍ଦ୍ଦେଶ ଦେଇଛି । ଚିକିତ୍ସା ବ୍ୟବସ୍ଥା ସରକାର ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛି । ତେବେ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯିବ କି ନାହିଁ ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି, ପରିସ୍ଥିତି ଦେଖି ପରବର୍ତ୍ତି ସମୟରେ ନିଷ୍ପତ୍ତି ନିଆଯିବ ।

ସୂଚନାଯୋଗ୍ୟ, ଲିଭର ଜନିତ ରୋଗରେ ଗତ କିଛି ମାସ ହେବ ପୀଡ଼ିତ ଅଛନ୍ତି ଅଭିଜିତ ମଜୁମଦାର । ଅଭିଜିତଙ୍କୁ ପ୍ରଥମେ କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଗତ ୩୧ ତାରିଖ ଦିନ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କ ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଦେଖାନଯିବାରୁ ଗତ ଗୁରୁବାରଦିନ ସକାଳୁ ସକାଳୁ ତାଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ତେବେ ଚିନ୍ତାର ବିଷୟ ହେଲା, ଏମ୍ସରେ ଆଡମିଟ୍ ହେଉ ହେଉ ଦାଦାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସଙ୍କଟାପନ୍ନ ବୋଲି ଏମ୍ସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଭେଣ୍ଟିଲେଟର ସପୋର୍ଟ ସିଷ୍ଟମରେ ଜୀବନ ସହ ସଂଗ୍ରାମ ଜାରି ରଖିଛନ୍ତି ଅଭିଜିତ୍ ।