ଖାଲି ଥିବା ଡାକ୍ତର ପଦବି ପୁରଣ ପାଇଁ ପ୍ରକ୍ରିୟା ଆରମ୍ଭ କଲା ସ୍ୱାସ୍ଥ୍ୟ ବିଭାଗ

(ଗୋବିନ୍ଦ ଚନ୍ଦ୍ର ପଣ୍ଡା) :  ରାଜ୍ୟରେ ଖାଲିଥିବା ଡାକ୍ତର ପଦବି ପୁରଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା କାଲିଠାରୁ କାଉନସେଲିଂ ଆରମ୍ଭ ହେଉଛି । ଏହି କାଉନସେଲିଂ ମାଧ୍ୟମରେ ୧୧୩ଜଣ ବିଶେଷଜ୍ଞ ଏବଂ ୪୮୩ ଜଣ ଏମ୍.ବି.ବି.ଏସ୍ ଡାକ୍ତର , ମୋଟ ୫୯୬ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯିବ । କାଉନସେଲିଂ ସରିବା ପରେ ପରେ ତୁରନ୍ତ ସେମାନଙ୍କୁ ନିଯୁକ୍ତି ପ୍ରଦାନ କରାଯିବ । ସେହିପରି ୧୭୧ ଜଣ ଦନ୍ତ ଚିକିତ୍ସକଙ୍କୁ ମଧ୍ୟ ନିଯୁକ୍ତି ପ୍ରଦାନ କରାଯାଉଛି । ନୂତନ କାଡର ରୁଲ୍ ଅନୁଯାୟୀ ଆହୁରି ଅଧିକ ୨୦୦୦ ନୂତନ ଏମ୍.ବି.ବି.ଏସ୍ଡାକ୍ତରଙ୍କୁ ନିଯୁକ୍ତି ଦେବା ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ନୂତନ ନିଯୁକ୍ତି ପ୍ରକ୍ରିୟା ଖୁବ୍ଶୀଘ୍ର ସଂପୂର୍ଣ୍ଣ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡଛି ।