କଡାକଡି ହେଉଛି ଶିଶୁଙ୍କ ସ୍ଵାସ୍ଥ୍ୟ ଯାଞ୍ଚ

ହିଞ୍ଜିଳି(ରଜନୀକାନ୍ତ ପାତ୍ର): ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶଶ କ୍ରମେ ହିଞ୍ଜିଳିକାଟୁ ବ୍ଲକ ସାରୁ ପଂଚାୟତର ପୁନରଖଣ୍ଡି ଗ୍ରାମରେ ଶିଶୁ ସ୍ୱାସ୍ଥ୍ୟ ପରୀକ୍ଷାର ଯାଞ୍ଚ ଆରମ୍ଭ ହୋଇଛି। ସିଡିପିଓ ଶୁଭଶ୍ରୀ ପାତ୍ରଙ୍କ ତତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି କାଯ୍ୟକ୍ରମରେ ବିଡ଼ିଓ ସୁବ୍ରତ କୁମାର ଜେନା, ତହସିଲଦାର ପ୍ରଭାତ କୁମାର ପରିଡା, ପୌରପରିଷଦ କାଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ଡଃ ମନୋରଞ୍ଜନ ସାହୁ, ଆଇ ଆଇ ସି ଅଭିମନ୍ୟୁ ଦାଶ ଏବଂ ସ୍ୱାସ୍ଥ୍ୟ କର୍ମୀ ଓ ଅଙ୍ଗନବାଡି କର୍ମୀମାନେ ଉପସ୍ଥିତ ଥିଲେ। କୋରନାର ଦ୍ଵିତୀୟ ଲହର କମି ଆସୁଥିବା ବେଳେ ତୃତୀୟ ଲହର ଶିଶୁ ମାନଙ୍କ ଉପରେ ପ୍ରଭାବ ପଡ଼ିବାର ସମ୍ଭାବନା ଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ଶିଶୁ ମାନଙ୍କ ସ୍ୱାସ୍ଥ୍ୟକୁ ଆଖିଆଗରେ ରଖି ଶିଶୁ ମାନଙ୍କ ସ୍ୱାସ୍ଥ୍ୟକୁ କଡାକଡି ଭାବେ ଯାଞ୍ଚ କରାଯାଉଛି।