ସ୍ୱାସ୍ଥ୍ୟ ବିଭାଗର ବଡ଼ ପଦକ୍ଷେପ , ଏକକାଳୀନ ନିଯୁକ୍ତି ପାଇଲେ ୧୪୦୩ ସ୍ୱାସ୍ଥ୍ୟ ଅଧିକାରୀ

(ମୃତ୍ୟୁଞ୍ଜୟ / ରିପୋର୍ଟସ ଟୁଡ଼େ ): ସ୍ୱାସ୍ଥ୍ୟ ବିଭାଗର ବଡ଼ ପଦକ୍ଷେପ । ଏକକାଳୀନ ନିଯୁକ୍ତି ପାଇଲେ ୧୪୦୩ ସ୍ୱାସ୍ଥ୍ୟ ଅଧିକାରୀ । ଆଜି ଲୋକସେବା ଭବନ କନଭେସନ ସେଣ୍ଟରରେ ନବ ନିଯୁକ୍ତି ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓପିଏସି ଜରିଆରେ ଚୟନ ହୋଇଛନ୍ତି ଏହି ସ୍ୱାସ୍ଥ୍ର ଅଧିକାରୀ । ଏମାନେ ରାଜ୍ୟର ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆସିଷ୍ଟାଣ୍ଟ ସର୍ଜନ ଭାବେ କାର୍ଯ୍ୟ କରିବେ । ଗତ ମାସ ମାନଙ୍କରେ ସ୍ୱାସ୍ଥ୍ୟମନ୍ତ୍ରୀ , ମୁଖ୍ୟ ଶାସନ ସଚିବ , ଉନ୍ନୟନ କମିଶନ , ୫ଟି ସଚିବ , ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ବିଭିନ୍ନ ଜିଲ୍ଳାର ସ୍ୱାସ୍ଥ୍ର କେନ୍ଦ୍ର ପରିଦର୍ଶନ କରିଥିଲେ । ଦୀର୍ଘ ଦିନ ହେଲା ବିଭିନ୍ନ ଡ଼ାକ୍ତରଖାନାରେ ଡ଼ାକ୍ତର ଅଭାବ ନେଇ ଅଭିଯୋଗ ଆସୁଥିଲା । ଏହି ନୁଯୁକ୍ତି ପ୍ରଭାବରେ ରାଜ୍ୟରେ ସ୍ୱାସ୍ଥ୍ୟ ସେବା ଅଧିକ କ୍ରିୟାଶୀଳ ହୋଇପାରିବ ବୋଲି ଜଣାପଡ଼ିଛି ।