ଟଙ୍କା ଖର୍ଚ୍ଚ ପୂର୍ବରୁ ସାହିଦ ମୀରାଙ୍କ ଠାରୁ ନିଅନ୍ତି ଅନୁମତି

ବ୍ୟୁରୋ : ସାହିଦ କପୁର ବଲିଓଡର ଜଣେ ବେଶ ଜଣାଶୁଣା ଚେହେରା । ନିଜର ଲୁକ ଓ ଫ୍ୟାସନ ସେନ୍ସ ପାଇଁ ଦର୍ଶକଙ୍କ ନିକଟରେ ବେଶ ଆଦୃତ ସେ । ବର୍ତ୍ତମାନ ସାହିଦଙ୍କ ନୂଆ ଫିଲ୍ମ ଜର୍ସି ରିଲିଜ ହୋଇଛି । ଏହା ଏକ ସାଉଥ ଫିଲ୍ମମର ହିନ୍ଦୀ ରିମେକ ।ହୋଇଥିବା ବେଳେ ଏହାକୁ ଦର୍ଶକ ପସନ୍ଦ କରୁଛନ୍ତି ।

ଏହି ମୁଭିରେ ସାହିଦ କପୁର, ମୃଣାଳ ଠାକୁର ଓ ପଙ୍କଜ କପୁରଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳୁଛି । ଜର୍ସି ଫିଲ୍ମର ପ୍ରମୋସନ ପାଇଁ ଯାଇଥିବା ଏକ ଚାଟ ଶୋ ରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଆପଣ ଟଙ୍କା ଖର୍ଚ୍ଚ ପୂର୍ବରୁ ନିଜ ପତ୍ନୀଙ୍କ ଅନୁମତି ନିଅନ୍ତି କି ?

ଏହାର ଉତ୍ତରରେ ସାହିଦ କହିଛନ୍ତି ପୂର୍ବରୁ ମୁଁ ସବୁ ଖର୍ଚ୍ଚ କରି ଦେଉଥିଲ. ବର୍ତ୍ତମାନ ମୁଁ ବିବାହିତ ମୋ ପତ୍ନୀ ଓ ସନ୍ତାନ ଅଛନ୍ତି ତେଣୁ ଖର୍ଚ୍ଚ ପୂର୍ବରୁ ଭାବିବାକୁ ପଡିଥାଏ ଓ ପତ୍ନୀର ଅନୁମତି ମଧ୍ୟ ନେବାକୁ ପଡିଥାଏ । ସେ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ବଏଜ ଟ୍ରିପ ପାଇଁ ସେ ମୀରାଙ୍କ ଠାରୁ କୋଣସି ଅନୁମତି ନିୟନ୍ତି ନାହିଁ ।