(ବନବାସୀ ପ୍ରଧାନ / କନ୍ଧମାଳ): ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମିଣ ନିଶ୍ଚିତ କର୍ମ ନିଯୁକ୍ତୀ ଯୋଜନାରେ ପାଞ୍ଚଲକ୍ଷ ଟଙ୍କା ହରିଲୁଟ ।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲିଗୁଡା ବ୍ଳକର ସିନ୍ଦ୍ରିଗାଁ ପଞ୍ଚାୟତରେ ।ଖବର ପ୍ରକାଶ ପାଇବା ପରେ କେନାଳ ନିର୍ମାଣ ପାଇଁ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତୀ ଯୋଜନାରେ ବାଲିଗୁଡା ବ୍ଳକ ସିନ୍ଦ୍ରିଗାଁ ପଞ୍ଚାୟତର ମାଣିକୁଟୀ ଗ୍ରାମକୁ କେନାଳ ନିର୍ମାଣ ପାଇଁ ଅଟକଳ ମୂଲ୍ୟ ପାଞ୍ଚଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ଫଳକରେ କୈଣସି କାଯ୍ୟାରମ୍ଭ କିମ୍ବା କାଯ୍ୟଶେଷ ଦର୍ଶାଯାଇନାହିଁ ।କିନ୍ତୁ ଏଠାରେ କୈଣସି କେନାଳ ନିର୍ମାଣ କରାଯାଇନଥିବା ଗ୍ରାମବାସୀ ପ୍ରକାଶ କରିଥିବା ବେଳେ ଫଳକ ମରାଯାଇ ଫଲସ ବିଲକରି ଏହି ଅର୍ଥକୁ ହରିଲୁଟ କରାଯାଇଥିବା ଅଭିଯୋଗ ହୋଇଛି ।ଏହି ହରିଲୁଟରରେ ବାଲିଗୁଡା ବ୍ଳକର କନିଷ୍ଠଯନ୍ତ୍ରୀ ସହିତ ସିନ୍ଦ୍ରିଗାଁ ପଞ୍ଚାୟତର ଭିଏଲଡ୍ଳ,ଜିଆରଏସ ଓ ବାଲିଗୁଡା ଗୋଷ୍ଠିଉନ୍ନୟନ ଅଧିକାରୀ ମଧ୍ୟ ସଂପୃକ୍ତି ଥିବା ଅଭିଯୋଗ ହୋଇଛି ।ଲୋକମାନେ ପ୍ରକାଶ କରିଛନ୍ତି ଯେ ଆମ ଗ୍ରାମରେ କୈଣସି କାମ କରାନଯାଇ ଜର୍ବକାଡ ଥିବା ହିତାଧିକାରିଙ୍କୁ କିଛି ଟଙ୍କା ଦେବାକୁ ଲୋଭ ଦେଖାଇ ଏଭଳି ଅନେକ ଫଲସ ବିଲକରି ସାର୍ ମାନେ ପକେଟ ଗରମ କରୁଥିବା ଅଭିଯୋଗ କରିଛନ୍ତି । ବିଡିଓ ମହାଶୟଙ୍କ ପ୍ରତିକ୍ରୀୟା ପାଇଁ ଫୋନଯୋଗେ ଯୋଗାଯୋଗ କରାଯାଇଥିଲା କିନ୍ତୁ ଫୋନ ଉଠାଇନଥିଲେ ।ଭଲ ଭାବରେ ଦେଖନ୍ତୁ ଏହି ଦୃଶ୍ୟକୁ ଆପଣ ଜାଣିପାରିବେ କିଭଳି ଫଳକ ପୋତି ଲକ୍ଷଲକ୍ଷ ଟଙ୍କା ହରିଲୁଟ କରାଯାଉଛି ।ଏହାର ତଦନ୍ତ ଭିଜିଲାନ୍ସ ଦ୍ବାରା କରାଯାଇ ଉକ୍ତ ଘୋଟାଲାରେ ସଂପୃକ୍ତ ଥିବା ଅଧିକାରୀ ,ଜେଇ,ଭିଏଲଡ୍ଳ,ଜିଆରଏସ ବିରୋଧରେ କଠୋର କାଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଜିଲ୍ଲାପାଳ ମହୋଦୟା ଏହି ଅଧିକାରି ମାନଙ୍କ ଉପରେ ତୁରନ୍ତ କାଯ୍ୟାନୁଷ୍ଠାନ ପାଇଁ ଜନସାଧାରଣ ଦାବୀ କରିଛନ୍ତି ।