ମଣିଷ ପଣିଆ ଦେଖାଇଲେ ଗାଁର ଯୁବକ: ମରଣ ମୁହଁରୁ ବଞ୍ଚାଇଲେ ନିରୀହ କୁଟ୍ରାର ଜୀବନ

ଟାଙ୍ଗୀ/ରାକେଶ କୁମାର ଜଗଦେବ : ମଣିଷ ପଣିଆ ଦେଖାଇଲେ ଗାଁର ଯୁବକମାନେ | ମରଣ ମୁହଁରୁ ବଞ୍ଚାଇଲେ ନିରୀହ କୁଟ୍ରାର ଜୀବନ | ଜୀବନ ବଞ୍ଚିବା ପରେ ମୁକ୍ତିର ଖୁସି ଜାହିର କରି କୁଟ୍ରା ପଳାଇଗଲା ଜଙ୍ଗଲକୁ | ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ବନ ଖଣ୍ଡ ଟାଙ୍ଗୀ ରେଂଜ୍ ହରିପୁର ଜଙ୍ଗଲରେ | ଖାଦ୍ୟ ଲୋଭରେ ଗୋଟିଏ ଜଙ୍ଗଲୀ କୁଟ୍ରା ହରିପୁର ଗାଁ ଭିତରକୁ ପଶି ଆସିଥିଲା | ହେଲେ ଗାଁର କୁକୁର ମାନେ ଶୀକାର କରିବା ଉଦେଶ୍ୟରେ କୁଟ୍ରାକୁ ଗୋଡାଇ ଥିଲେ |

କୁଟ୍ରା ଅନ୍ୟ ଉପାୟ ନପାଈ ଜୀବନ ବଂଚାଇ ଦୌଡୁଥିବା ବେଳେ ଗୋଟିଏ କୂଅ ମଧ୍ୟ୍ୟରେ ଖସି ପଡିଥିଲା | ପରେ ଗାଁର ଯୁବକମାନେ ଗଭୀର କୂଅରେ ପଶି ଉଦ୍ଧାର କରିଥିଲେ କୁଟ୍ରାକୁ | ଉଦ୍ଧାର କରିବା ପରେ କୁଟ୍ରାକୁ ଜଣେ ପ୍ରାଣୀ ଚିକିତ୍ସକ ଦେଖିବା ପରେ ସୁସ୍ଥ ଥିବା ଜାଣିବାକୁ ପାଇଥିଲେ | ତେଣୁ ଯୁବକମାନେ କୁଟ୍ରାକୁ ନେଇ ହରିପୁର ଜଙ୍ଗଲ ମଧ୍ୟ୍ୟରେ ଛାଡି ଦେଇଥିଲେ | ଯୁବକମାନଙ୍କର ମଣିଷ ପଣିଆକୁ ସମସ୍ତେ ଭୁରି ଭୁରି ପ୍ରସଂସା କରିଛନ୍ତି |