ଭୁବନେଶ୍ୱର : ଚା ରେ ନିଶା ଦେଇ ଲୁଟିନେଲେ ସୁନା ଚେନ, ସୁନା ମୁଦି ମୋବାଇଲ୍ ଓ ଟଙ୍କା । ଘଟଣା ଘଟିଛି ଭୁବନେଶ୍ୱର ରେ । ଅଟୋ ଚାଳକ ନିଶା ଦେଇଥିବା ଜଣା ପଡ଼ିଛି । ଲୁଟ ର ଶିକାର ହୋଇଛନ୍ତି ରବି ନାରାୟଣ ମହାପାତ୍ର । ଘର ବାଙ୍କୀ ବଇଦେଶ୍ୱର୍ । ଗତକାଲି ଦିଲ୍ଲୀ ରୁ ପୁରୁଷୋତ୍ତମ ଏକ୍ସପ୍ରେସ ରୁ ଆସି ଭୁବନେଶ୍ୱର ଷ୍ଟେସନ ରେ ସାଢେ଼ ୪ଟା ବେଳେ ଓହ୍ଲେଇ ଥିଲେ । ଓହ୍ଲେଇବା ପରେ କଳିଙ୍ଗ ବିହାର ଯିବା ପାଇଁ ଅଟୋ ଧରିଥିଲେ । ଅଟୋ ରେ ଯିବା ବେଳେ ଅଟୋ ଚାଳକ ଚା ରେ ନିଶା ଦେଇଥିଲେ । ଅଚେତ୍ ହେବା ପରେ ରବି ଙ୍କ ଠାରୁ ସୁନା ମୁଦି, ୧୭ ହଜାର ଟଙ୍କା, ସୁନା ଚେନ, ମୋବାଇଲ୍ ଲୁଟ କରି ନେଇଛନ୍ତି । ଲୁଟ କରିବା ପରେ ତାଙ୍କୁ ମଧୁସୁଦନ ପାର୍କ ନିକଟରେ ଫୋଫାଡି ଦେଇ ଚାଲି ଯାଇଥିଲା ଲୁଟେରା ଅଟୋ ଚାଳକ। ସକାଳୁ ପାର୍କ କୁ ଆସୁଥିବା ଲୋକେ ଦେଖି ପିଶିଆର କୁ ଖବର ଦେଇଥିଲେ । ରବି ବୁଲିବା ପାଇଁ ଦିଲ୍ଲୀ ଏକୁଟିଆ ଯାଇଥିଲେ । ଏବେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ରେ ଭର୍ତ୍ତି କରାଯାଇ ଚିକିତ୍ସା କରା ଯାଉଛି । ଏୟାର ଫିଲ୍ଡ ଥାନା ରେ କେସ ରୁଜୁ ହୋଇଛି । ପୋଲିସ୍ ତଦନ୍ତ କରୁଛି ।