ଭୁବନେଶ୍ୱର: ରାଜଧାନୀ ରେ ବିଭତ୍ସ ହତ୍ୟା । ଛାତ ଉପରେ ସାଙ୍ଗ କୁ ପିଟି ପିଟି ହତ୍ୟା କଲା ସାଙ୍ଗ । ଏଭଳି ଘଟଣା ଘଟିଛି ତମାଣ୍ଡୋ ଥାନା ରେତଙ୍ଗ ଅଂଚଳରେ ।
ସୂଚନା ଅନୁଯାୟୀ, ଗତକାଲି ରାତି ରେ ଭଡା ଘରେ ହତ୍ୟା କରିଛନ୍ତି। ମୃତକ ହେଲେ ସୁଶାନ୍ତ ଶତପଥି। ସେ ରୋଷୟା ଭାବେ କାମ କରନ୍ତି। ହତ୍ୟାକାରୀ ସାଙ୍ଗ ରଞ୍ଜନ କୁ ଅଟକ ରଖି ତଦନ୍ତ କରୁଛି ପୋଲିସ। ପୋଲିସ ସୂଚନା ଅନୁସାରେ, ରଞ୍ଜନ ଓ ସୁଶାନ୍ତ ଏକାଠି ଭଡା ଘରେ ରୁହନ୍ତି। ସୁଶାନ୍ତ ରୋସେୟା ଭାବେ କାମ କରୁଥିବା ବେଳେ ରଞ୍ଜନ ମିସ୍ତ୍ରୀ ଭାବେ କାମ କରନ୍ତି। ଗତକାଲି ରାତିରେ ଉଭୟ ନିଶାଶକ୍ତ ଅବସ୍ଥାରେ ଥିଲେ। ହେଲେ କଣ ଏମିତି ହୋଇଗଲା ଯାହା ଫଳରେ ରଞ୍ଜନ ଅତି ବିଭତ୍ସ ଭାବେ ଲୁହ ରଡ଼ ରେ ପିଟି ପିଟି ହତ୍ୟା କଲା ତାହା ଜଣା ପଡିନି।