ଜଣେ ୧୯ ବର୍ଷୀୟ ଯୁବତୀଙ୍କୁ, ନାବାଳିକା ଥିବା ବେଳେ, ଯୌନ ଶୋଷଣ ଓ ନିର୍ଯାତନା ଅଭିଯୋଗରେ ଅମରେଶଙ୍କୁ ବାନ୍ଧିଛି କମିଶନରେଟ୍ ପୋଲିସ୍ । ୭୨ ଘଣ୍ଟାର ଛକାପଞ୍ଝା ପରେ, ଶେଷରେ ନିଲମ୍ବିତ ବିଜେଡି କର୍ପୋରେଟର ଅମରେଶ୍ ଜେନାଙ୍କୁ ବାଲେଶ୍ୱରର ନୀଳଗିରି ଅଞ୍ଚଳରୁ ପୋଲିସ୍ ବାନ୍ଧିଥିଲା । ଓ ଜାମିନ୍ ନାମଞ୍ଜୁର ହେବାରୁ ଶେଷରେ ଝାରପଡା ଜେଲ୍ ପାଲଟିଛି ଅମରେଶଙ୍କ ନୂଆ ଠିକଣା । ହେଲେ ଏହି ଗିରଫ କାଳେ, ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ୨ ଜଣ ଟାଣୁଆ ନେତାଙ୍କୁ ଅନେକ ଫାଇଦା ହେବ ବୋଲି ଚର୍ଚ୍ଚା ହେଉଛି । ଆଉ ସେମାନେ ହେଲେ ବିଜେଡି ଦଳରୁ ଟିକେଟ୍ ପାଇ ୨ ଥର ବିଧାୟକ ହୋଇଥିବା ଅନନ୍ତ ନାରାୟଣ ଜେନା । ଓ ଦ୍ୱିତୀୟ ଜଣକ ହେଉଛନ୍ତି ୨୦୨୪ ନିର୍ବାନରରେ ବିଜେପି ଦଳରୁ ଟିକେଟ୍ ପାଇ ଖୁବ୍ ଅଳ୍ପ ବ୍ୟବଧାନରେ, ଅନନ୍ତ ନାରାୟଣ ଜେନାଙ୍କ ଠାରୁ ହାରିଥିବା ଜଗନ୍ନାଥ ପ୍ରାଧାନ ।
ଏମିତିରେ ବି ଗୋଟିଏ ଦଳ ଅର୍ଥାତ୍ ବିଜେଡିକୁ ରିପ୍ରେଜେଣ୍ଟ କରୁଥିବା, ଅମରେଶ ଓ ଅନନ୍ତ ନାରାୟଣଙ୍କ ଭିତରେ କେଉଁଭଳି ସମ୍ପର୍କ ଥିଲା । ବୋଧ ହୁଏ ଏ କଥା କାହାକୁ ଅଛପା ନଥିବ । ଯାହାର ଝଲକ ମଧ୍ୟ ଆଗରୁ ସମସ୍ତେ ଦେଖି ସାରିଛନ୍ତି । କାରଣ ଅନନ୍ତଙ୍କ ଆସନରେ ଅମରେଶଙ୍କର ନଜର ଥିବା ଅନେକ ସମୟରେ ଚର୍ଚ୍ଚା ହୋଇଛି । ତେଣୁ ଏବେ ବିଜେଡି ଅମରେଶଙ୍କ ଗିରଫ ପରେ ତାଙ୍କୁ ସସ୍ପେଣ୍ଡ କରି, ଅନନ୍ତଙ୍କୁ ଏକ ବଡ ଚିନ୍ତାରୁ ମୁକ୍ତି ଦେଇଛି ବୋଲି ଶୁଣିବାକୁ ମିଳୁଛି ।
ସେହିଭଳି ବିଜେପି ନେତା ଜଗନ୍ନାଥ ପ୍ରଧାନ । ଅନେକ ସମୟରେ ଅମରେଶ, ବିଜେଡିକୁ ହରଡଘଣାରେ ପକାଇବା ଭଳି ଯେଉଁ ମନ୍ତବ୍ୟ ଦେଉଥିଲେ । ଏବଂ ଦଳର କିଛି ନେତାଙ୍କୁ ଖୁଲମ ଖୁଲା ଚେତାବାନୀ ହେଉଥିଲେ । ସେଥିରୁ ଅନୁମାନ କରାଯାଉଥିଲା କି, ଅମରେଶ ପଦ୍ମ ପୋଖରୀକୁ ଡେଇଁ ପାରନ୍ତି ବୋଲି । ତେଣୁ ଅମରେଶଙ୍କ ଭଳି ଯଦି, ଜଣେ ସକ୍ରିୟ ନେତା ବିଜେପିରେ ଯୋଗ ଦେଇଥାନ୍ତେ । ତେବେ ଏହା ଜଗନ୍ନାଥଙ୍କ ପାଇଁ ବଡ ସମସ୍ୟା ହୋଇଥାନ୍ତା । କାରଣ ଜଗନ୍ନାଥ ଯେଉଁ ଆସନରୁ ଟିକେଟ୍ ପାଇଥିଲେ, ସେହି ଆସନ ଉପରେ ଅମରେଶଙ୍କର ଆଖି ଆଗରୁ ରହିଛି ।
ହେଲେ ଗୋଟେପଟେ ଗିରଫ ସମୟରେ ଅମରେଶ କହିଥିଲେ । କି ତାଙ୍କ ବିରୁଦ୍ଧରେ ବିଷ ଓଗାଳୁଥିବା ଅର୍ଚ୍ଚନା ନାଗ, ତାଙ୍କୁ ଫସାଇ ଦେଇଛନ୍ତି । ଅବସ୍ୟ ଏକଥାରେ କେତେ ସତ୍ୟତା ରହିଛି, ତାହା ଏବେ ବି ଅନ୍ଧାରରେ । କାରଣ ଏହାର ଅଳ୍ପ ସମୟ ପରେ ଅର୍ଚ୍ଚନା ନାଗ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର୍ କରିଥିଲେ । ଏବଂ ତାଙ୍କର ଏଥିରେ କୌଣସି ପ୍ରକାର ହାତ ନଥିବା କହିଥିଲେ । ତେବେ ଏଠି ପ୍ରଶ୍ନ ଉଠୁଛି, ଯଦି ସତରେ ଅମରେଶ କହୁଛନ୍ତି ତାଙ୍କୁ ଫସା ଯାଇଛି । ତେବେ କିଏ ଫସେଇଛି ତାଙ୍କୁ ? ନା ସମସ୍ତେ ପୋଲିସ ହାତରେ ଧରା ପଡିଲା ବେଳେ, ଯେମିତି ତାଙ୍କୁ ଫସା ଯାଇଥିବା କଥା କୁହନ୍ତି । ଅମରେଶ ମଧ୍ୟ ସେହିଭଳି କିଛି କହୁଛନ୍ତି ?