(ପ୍ରିୟଦର୍ଶନୀ ସ୍ୱାଇଁ): ଅନଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅନ୍ତର୍ଗତ ବିଡ଼ିଶିଙ୍ଗା ଗ୍ରାମର ଜଣେ ମହିଳା ଖଣି ଜଙ୍ଗଲରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ମୃତ ମହିଳା ଜଣକ ହେଉଛନ୍ତି ୪୨ ବର୍ଷୀୟ ତିଳୋତ୍ତମା ପ୍ରଧାନ। ପାରିବାରିକ କଳହରୁ ସେ ଆତ୍ମହତ୍ୟା କରିଥିବା କଥା ସନ୍ଦେହ କରାଯାଉଛି । ଖବର ପାଇ ଘଟଣା ସ୍ଥୂଳରେ ଠାକୁରଗଡ଼ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ୱଷ୍ଟ ହୋଇପାରିନାହିଁ ।
ସୁଚନାଅନୁଯାୟୀ, ଗୁରୁବାର ସକାଳ ଆଠଟା ବେଳେ ଖଣିଜଙ୍ଗଲ ପାହାଡ଼ ଅନଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅନ୍ତର୍ଗତ ବିଡ଼ିଶିଙ୍ଗା ଗ୍ରାମର ଜଣେ ମହିଳା ଖଣି ଜଙ୍ଗଲରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ମୃତ ମହିଳା ଜଣକ ହେଉଛନ୍ତି ୪୨ ବର୍ଷୀୟ ତିଳୋତ୍ତମା ପ୍ରଧାନ। ମୃତା ତିଳୋତ୍ତମାଙ୍କର ଗୋଟିଏ ପୁଅ ଓ ସ୍ୱାମୀ ଅଛନ୍ତି।