ଗଂଜାମ ଜିଲ୍ଲା କୋଦଳା ଠାରେ ହରସେନା ପକ୍ଷରୁ ବଡ ଧୂମଧାମର ସହ ସ୍ଵାଧିନତା ଦିବସ ପାଳିତ

ଗଞ୍ଜାମ;(ରଜନୀ କାନ୍ତ ପାତ୍ର );-ଆଜି ହେଉଛି ୭୮ତମ ସ୍ୱଧିନତା ଦିବସ । ଏହି ଦିବସରେ ଅ।ଜି ସାରା ବିଶ୍ଵ ଉଛବ ମୁଖର ହୋଇଉଠିଥିବା ବେଳେ ସମସ୍ତ ସ୍ତାନରେ ଉଡିଛି ଜାତୀୟ ପତକା । ସବୁଠେ ସୁଭିଛି ଭାରତ ସ୍ଵାଧିନତା ଦିବସର କଥା । ତେବେ ଏହି ଅବସରରେ ମଧ୍ୟ ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ବିଧାନସଭା ନିର୍ବାଚନ ମଣ୍ଡଳୀର କୋଦଳା ଠାରେ ହରସେନା ପକ୍ଷରୁ ବଡ ଧୂମଧାମର ସହ ସ୍ଵାଧିନତା ଦିବସ ପାଳିତ ହୋଇଯାଇଥିବା ବେଳେ ବରିଷ୍ଠ ବିଜେଡି ନେତା ତଥା କୋଦଳା ର ପୂର୍ବତନ ନଗରପାଳ ତଥା ହରସେନା ର ଅଧ୍ୟକ୍ଷ ହର ପ୍ରସାଦ ସାହୁ ଯୋଗଦେଇ ପତକା ଉତ୍ତୋଳନ କରିବା ସହ ଭାରତର ଏକତା ଓ ଅଖଣ୍ଡତାର ସୁରକ୍ଷା ସଫଳତା ଉପରେ ନିଜର ବକ୍ତବ୍ୟ ରଖିଥିଲେ । ଏଥିସହ ପବିତ୍ର ସ୍ଵାଧିନତା ଦିବସରେ ସମସ୍ତ ଜନସାଧାରଣଙ୍କୁ ଶୁଭେଛା ଜଣାଇଥିଲେ ଶ୍ରୀ ସାହୁ । ଏହି କାର୍ଯ୍ୟକ୍ରମରେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମରେ ଥିବା ହରସେନା ର ସଦସ୍ୟ ମାନେ ମଧ୍ୟ ଯୋଗ ଦେଇଥିଲେ ।