ଭୁବନେଶ୍ୱର; ଶଙ୍ଖ ଭବନରେ ହଙ୍ଗାମା । ହରତାଳ ପ୍ରସ୍ତୁତି ବୈଠକ ବେଳେ ଅମରେଶ ଜେନା ଓ ବିର’ି ନାରାୟଣ ଓ ମହାସୂପକାରଙ୍କୁ ବିରୋଧ କରାଯାଇଛି । ଶଙ୍ଖ ଭବନରେ ବନ୍ଦ ଡାକରା ପାଇଁ ପ୍ରସ୍ତୁତି ବୈଠକରେ ଏଭଳି ହୋହାଲ୍ଲା ଦେଖିବାକୁ ମିଳିଥିଲା । ଦଳ ବିରୋଧରେ କାମ କରୁଥିବା ଏହି ଦୁଇ ବିଦ୍ରୋହୀ କର୍ପୋରେଟରଙ୍କୁ ବିରୋଧ କରି ଅନ୍ୟ କର୍ପୋରେଟର ମାନେ ବୈଠକକୁ ବର୍ଜନ କରିବାକୁ ନିଷ୍ପତି ନେଇଥିଲେ । ବୈଠକ ମଝିରେ କିଛି ସମୟ ପାଇଁ ହଙ୍ଗାମା ହୋଇଥିଲା । ପରେ ବୈଠକ ବର୍ଜନ କରିଥିବା କର୍ପୋରେଟରଙ୍କୁ ଦେବୀ ମିଶ୍ର ଓ ଅରୁଣ ସାହୁ ବୁଝାସୁଝା କରିଥିଲେ । ଏହାପରେ ପୁଣି ବୈଠକରେ ଯୋଗ ଦେଇଥିଲେ କର୍ପୋରେଟର ମାନେ । ତେବେ ଭରତପୁର ଘଟଣାରେ ମଙ୍ଗଳବାର ୬ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିଜେଡି ।