ଗୋପ( ଜୟନ୍ତ କୁମାର ସେଠୀ) :- ଆଜି ପବିତ୍ର ହୋଲି । ଚାରିଆଡେ ହୋଲି ଖେଳୁଛନ୍ତି ଜନତା । ଖୁସିରେ ପରସ୍ପରକୁ ଆଲିଙ୍ଗନ କରି ମିଠା ଖୁଆଇ ଖୁସି ମନାଉଛନ୍ତି । ହୋଲି ଖେଳନ୍ତୁ କିନ୍ତୁ କେମିକାଲ ହୋଲିଠାରୁ ଦୂରେଇ ରୁହନ୍ତୁ । ସେପଟେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ତାଙ୍କ ବାଲୁକା କଳା ମାଧ୍ୟମରେ ହୋଲି ଅବସରରେ ସେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିବା ବେଳେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା କଳା ମାଧ୍ୟମରେ ହୋଲି ପର୍ବର ଶୁଭେଚ୍ଛା ଜଣାଇଛନ୍ତି ଜ୍ଝ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଏଥର ଓଡିଶା ର ପୁରାତନ ଓଡିଶୀ ଶୈଳୀର ଆର୍ଟ ଫର୍ମ ରାଧା କୃଷ୍ଣ ଙ୍କ ହୋଲି ଖେଳର ଦୃଶ୍ୟ ନିଜ ବାଲୁକା କଳା ମାଧ୍ୟମରେ ନିର୍ମାଣ କରିଛନ୍ତି । ହୋଲି ଯାହାକି ରଙ୍ଗର ପର୍ବ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କର ପ୍ରିୟ ଖେଳ । ଏହି ବାଲୁକା କଳାଟି ୧୫ଫୁଟ ଓସାର ବିଶିଷ୍ଟ ଏବଂ ଏହାକୁ ନିର୍ମାଣ କରିବାକୁ ମାନସ ସାହୁ ଙ୍କୁ ୭ଘଣ୍ଟା ସମୟ ଲାଗିଥିଲା । ଏଥିରେ “Happy Holi” ର ବାର୍ତ୍ତା ଦେଇ ଜନ ସମାଜ କୁ ପ୍ରାକୃତିକ ରଙ୍ଗ ବ୍ୟବହାର କରି covid-19 ର ନିୟମ ମାନି ହୋଲି ପର୍ବ କୁ ପାଳନ କରିବା ପାଇଁ ଅନୁରୋଧ କରିବା ସହିତ ସମସ୍ତଙ୍କୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି |