ଭୁବନେଶ୍ଵର(ରିପୋର୍ଟର୍ସ ଟୁଡେ): ଓଡ଼ିଶା ବିକାଶର ସୂତ୍ରଧାର ଭାବେ ପରିଚିତ ଫାଇଭ ଟି ସଚିବ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନ। ଓଡ଼ିଶା ବିକାଶର ସେ ହେଉଛନ୍ତି ବିନ୍ଧାଣୀ। ବିଭିନ୍ନ କ୍ଷେତ୍ରରେ ରାଜ୍ୟକୁ ଏକ ନମ୍ବର ବନେଇବାରେ ସେ ଗ୍ରହଣ କରିଛନ୍ତି ସ୍ଵତନ୍ତ୍ର ଭୂମିକା। ମୁଖ୍ୟମନ୍ତ୍ରୀଙ୍କ ସଫଳ ରାଜନୈତିକ ରଥର ସେ ହେଉଛନ୍ତି ଦକ୍ଷ ସାରଥୀ । ନବୀନ ବାବୁଙ୍କ ପରେ ରାଜ୍ୟ ବିଜେଡ଼ିର ସେ ହେଉଛନ୍ତି ଦ୍ଵିତୀୟ ଆଇକନ। ଆଜି ତାଙ୍କ ଭଳି ଜଣେ ସଫଳ ପ୍ରଶାସନିକ ଅଧିକାରୀଙ୍କ ଜନ୍ମ ଜୟନ୍ତୀ। ୧୯୭୪ ମସିହା ମେ ମାସ ୨୯ ତାରିଖରେ ଜନ୍ମଗ୍ରହଣ କରିଥିଲେ ଭି.କେ ପାଣ୍ଡିଆନ।
ଜଣେ ଆଦର୍ଶ ,ନୀତିବାନ୍ ତଥା ନିଷ୍ଠାବାନ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଅଦମ୍ୟ ପ୍ରଚେଷ୍ଟା ସବୁଦିନ ପାଇଁ ଉଦାହରଣ ହୋଇ ରହିବ। ତାଙ୍କର ବ୍ୟକ୍ତିଗତ ସଚିବ ଓ ୫ ଟି ସଚିବ ଭି କେ ପାଣ୍ଡିଆନଙ୍କ ନିରବାଚ୍ଛିନ୍ନ ସେବା ପାଇଁ ବିଜେଡିକୁ ମିଳିଛି ଅପୂର୍ବ ସଫଳତା। ନବୀନଙ୍କ କର୍ତ୍ତବ୍ୟ ରଥକୁ ସଠିକ ମାର୍ଗ ଦେଖାଇବାରେ ଏହି ସରଳ ମଣିଷ ଜଣକ ସର୍ବଦା ମୁଖ୍ୟମନ୍ତ୍ରୀଙ୍କ ପାଖେ ପାଖେ ରହି ଅତିସରଳ ଭାବରେ କାମ କରିନିଅନ୍ତି ।
କେତେ ବେଳେ ମୁଖ୍ୟମନ୍ତ୍ରୀ ପାଖରେ ଆଉ କେତେ ବେଳେ ଉନ୍ନତି ପାଇଁ କର୍ମକ୍ଷେତ୍ରରେ ତାଙ୍କୁ ଦେଖିବାକୁ ମିଳେ । ସେ ପୁରୀ ମନ୍ଦିର ସୌନ୍ଦର୍ଯୀକରଣ ହେଉ ବା ପ୍ରଭୁ ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯୀକରଣ କଥା ହେଉ ଆଗରେ ରହି ସବୁର ତଦାରଖ କରିବାକୁ ଭୁଲନ୍ତି ନାହିଁ ଭି କେ ପାଣ୍ଡିଆନ।
ଏମିତି ଏକ ବ୍ୟକ୍ତିତ୍ୱଙ୍କୁ ନେଇ ବିରୋଧୀଙ୍କୁ ବେଶ ସମାଲୋଚିତ ହେବାକୁ ପଡ଼େ । ବିରୋଧୀଙ୍କ ରାଜନୀତି ଚାଲକୁ ଅତି ସରଳ ଭାବରେ ରାଜ୍ୟର କାମରେ ଲଗାନ୍ତି । ରାଜ୍ୟର ବିଭିନ୍ନ ଉନ୍ନତି ପାଇଁ ଆଗେଇ ଆସିବାକୁ ପଛାନ୍ତି ନାହିଁ ଏହି ଦକ୍ଷ ନେତା। ରାଜ୍ୟରେ ବିଭିନ୍ନ ପ୍ରକାର ସଫଳତାର କାର୍ଯ୍ୟ ପାଇଁ ନବୀନ ସରକାରଙ୍କୁ ପ୍ରତ୍ୟେକ ସମୟରେ ସାଥ ଦେଇ ଓଡ଼ିଶାକୁ ଏକ ନମ୍ବର ରାଜ୍ୟ ଭାବେ ଗଢି ତୋଳିଛନ୍ତି।
ଗରିବ ଅସହାୟ ଲୋକଙ୍କ ପାଇଁ ତିଆରି ହୋଇଥିବା ୫ ଟଙ୍କିଆ ଆହାର କେନ୍ଦ୍ରରେ ଧାଡ଼ିରେ ଠିଆ ହୋଇ ଖାଇବା ଏବଂ ସ୍କୁଲ ପିଲାଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ ଖାଇବା ଭଳି କିଛି ନିଷ୍ପତ୍ତି ତାଙ୍କୁ ଦେଇଛି ଏକ ନିଆରା ପରିଚୟ। ଓଡ଼ିଶାର ଐତିହ୍ୟ ପୁରୀ ଶ୍ରୀମନ୍ଦିରର ପୁନର୍ଗଠନ ହେଉ କି ସିଲଭର ସିଟି କଟକ ତାଳଦଣ୍ଡା କେନାଲର ନବୀକରଣ। କଟକ ବଡ଼ ମେଡ଼ିକାଲରେ ରୋଗୀଙ୍କ ସମ୍ପର୍କରେ ବୁଝିବା ହେଉ କି ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ ହେଉ ସବୁଠି ନିଜର ଅନ୍ୟ ଏକ ଛାପ ଛାଡ଼ିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ।
ଆଜି ତାଙ୍କ ଜନ୍ମ ଦିବସ। ଏହି ଅବସରରେ ସୋସିଆଲ ମିଡ଼ିଆରେ ବେଶ ଲୋକପ୍ରିୟ ଭୂମିକାରେ ତାଙ୍କୁ ଦେଖିବାକୁ ମିଳୁଛି। ଏପରି ଜଣେ କର୍ତବ୍ୟନିଷ୍ଠ, କର୍ମବୀର ବ୍ୟକ୍ତିତ୍ୱଙ୍କୁ ରିପୋର୍ଟର୍ସ ଟୁଡେ ପରିବାର ତରଫରୁ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା।