ଆଜି ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ଜନ୍ମଦିନ

( ମମତା ସାମଲ) : ଆଜି ହେଉଛି ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ଜନ୍ମଦିନ । ସେ ୫୧ ବର୍ଷ ବୟସରେ ପର୍ଦାପଣ କଲେ । ସୁପରଷ୍ଟାର ଅକ୍ଷୟ ଏବେ ସଫଳତାର ପାହାଚ ଉପରେ ପାହଚ ଚଢିଚାଲିଛନ୍ତି । ଜନ୍ମଦିନ ଅବସରରେ ପତ୍ନୀ ଟ୍ୱିଙ୍କିଲ ଖାନ୍ନା ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି ।

ଅକ୍ଷୟ କୁମାର ଖୁବ୍ ଭାବୁକ ସ୍ୱଭାବର। ସେ ନିଜ ପିତା-ମାତାଙ୍କ ଖୁବ୍ ଭକ୍ତି କରନ୍ତି।ଅକ୍ଷୟ ଏଭଳି ଜଣେ ଅଭିନେତା ଯିଏକି ନିଜର କାମ ଓ କୁଶଳ ବ୍ୟବହାର ମାଧ୍ୟମରେ ନିର୍ଦ୍ଦେଶକଙ୍କୁ ସହଜରେ ନିଜର ବନ୍ଧୁ କରିନିଅନ୍ତି । ସେ ସ୍କ୍ରିପ୍ଟରେ କେବେ ବି ହସ୍ତକ୍ଷେପ କରନ୍ତି ନାହିଁ। ସେ ହେଉଛନ୍ତି ଏଭଳି ଜଣେ ଅଭିନେତା ଯାହାଙ୍କର କି ସର୍ବାଧିକ ସାଙ୍ଗ ରହିଛନ୍ତି।