ଜିମ ଯିବାରୁ ଚାଲିଗଲା ଜୀବନ

ଗାଜିଆବାଦ: ଆପଣ ଜି୍ମ ଯାଉଛନ୍ତି କି ? ତେବେ ସର୍ତକ ରୁଅନ୍ତୁ । ନଚେତ୍ ଅକାଳରେ ଯାଇପାରେ ଆପଣଙ୍କ ଜୀବନ । ହଁ ଏମିତି ଏକ ଅଘଟଣ ଘଟିଛି ଗାଜିଦାବାଦର ସହିବାବାଦ ଅଞ୍ଚଳରେ । ବର୍ତ୍ତମାନ ଚାରିଆଡେ ଫିଟ୍ ରହିବା ଏବଂ ଆପ୍ ବନାଇବାର ଟ୍ରେଣ୍ଡ ଚାଲିଛି । ବହୁ ପରିମାଣରେ ଲୋକମାନେ ଜିମ୍ ଯାଇ ଫିଟନେସ୍ ରହିବାକୁ ଚାହୁଁଛନ୍ତି । ଆଗରୁ କେବଳ ଯୁବ ବର୍ଗର ପିଲାମାନେ ଜିମ ଯିବାକୁ ପସନ୍ଦ କରୁଥିଲେ । କିନ୍ତୁ ବର୍ତ୍ତମାନ ସବୁ ବର୍ଗର ବ୍ୟକ୍ତିମାନେ ଜିମ ଯାଉଛନ୍ତି । ଯେମିତି ଫିଟ ରହିବା ଏବେ ସମସ୍ତଙ୍କ ନିଶା ପାଲଟି ଗଲାଣି । ତେବେ ଆପଣ ଯଦି ଜିମ ଯାଉଛନ୍ତିି ତେବେ ନିଶ୍ଚୟ ପଢନ୍ତୁ ଏହି ରିପୋର୍ଟ……….
ଗାଜିଦାବାଦର ସିଦାବାଦର ୩୫ ବର୍ଷିୟ ଯୁବକ ଜିମ ଯାଇଥିଲେ । ସେଠାରେ ତାଙ୍କର ମୃତ୍ୟ ହୋଇଯାଇଛି । ମୃତ୍ୟର କାରଣ ଶୁଣିଲେ ଯିଏ କେହି ବି ଭୟଭିତ ହୋଇଯିବ । ମୃତ ବ୍ୟକ୍ତଙ୍କ ନାମ ହେଉଛି ମହମ୍ମଦ ଆଦିଲ । ଆଦିଲ ଜିମ ଟେନ୍ର ଭାବେ କାର୍ଯ୍ୟରତ ଥିଲେ । ଆଦିଲଙ୍କ ବଡଭାଇ ଆରିଫଙ୍କ କହିବା ମୁତାବକ ଏକ୍ସାଇଜ୍ କରିବା ସମୟରେ ଆଦିଲଙ୍କୁ କିଛି ଯନ୍ତ୍ରଣା ଅନୁଭବ ହୋଇଥିଲା । ତା’ପରେ ଆଦିଲ କିଛି ସମୟ ପାଇଁ ଅଫିସ୍ ଚଉକିରେ ବସିଥିଲେ । ହଠାତ୍ ତାଙ୍କର ଖୁବ୍ ଜୋରେ ଝାଳ ନିର୍ଗତ ହେବାକୁ ଲାଗିଲା ।

କିଛି ସମୟ ପରେ ହଠାତ୍ ତାଙ୍କ ମୁଣ୍ଡଟି ପଛକୁ ଢଳି ପଡିଥିଲା । ଏହି ସବୁ ଘଟଣା ଅଫିସ୍ରେ ଲାଗିଥିବା ସିସିଟିଭି ଫୁଟେଜରେ କଏଦ ହୋଇଥିଲା ।ତେବେ ମୃତ ଆଦିଲଙ୍କ ପିତାଙ୍କ କହିବାମୁତାବକ, ଆଦଲିଙ୍କୁ ଗତ ଶନିବାର ଦିନ ଜ୍ୱର ହୋଇଥିଲା । ଏହ ପରେ ମଧ୍ୟ ସେ ରବିବାର ଦିନ ଜିମ ଯାଇ ଏକ୍ସାଇଜ କରିଥିଲେ । ଏହା ପରେ ଆଦିଲଙ୍କ ଶରୀରରେ କିଛି ଯନ୍ତ୍ରଣା ଅନୁଭବ ହୋଇଥିଲା । ସେ ତୁରନ୍ତ ଅଫିସ ନିକଟରେ ଥିବା ହସ୍ପିଟାଲକୁ ଯାଇଥିଲେ । ଚିକ୍ରିସା ପରେ ଡାକ୍ତର ଆଦିଲଙ୍କୁ ସର୍ତ୍ତକ ମଧ୍ୟ କରିଥିଲେ ।

ଆଦଲଙ୍କୁ ହସ୍ପିଟାଲରେ ଆଡମିଟ ହେବାକୁ ପଡିବ ବୋଲି ମଧ୍ୟ କହିଥିଲେ ଡାକ୍ତର । ହେଲେ ଆଦିଲ ଡାକ୍ତରଙ୍କ କଥା ଶୁଣିନଥିଲେ । ତା ପରେ ନିକଟରେ ଥିବା ତାଙ୍କ ଜିମକୁ ଯାଇ ବିଶ୍ରାମ କରିଥିବା ସମୟରେ ତାଙ୍କର ମୁଣ୍ଡଟି ପଛକୁ ଟଳିବାକୁ ଲାଗିଲା । ଏହା ପରେ ତୁରନ୍ତ ପରିବାର ସଦସ୍ୟ ତାଙ୍କୁ ଦିଲ୍ଲୀର ଜିଟିବି ହସ୍ପିଟାଲକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ହୃଦଘାତରେ ଆଦିଲଙ୍କର ମୃତ୍ୟୁ ହୋଇଥିବା କହିଥିଲେ ।

ସୂଚନାମୁତାବକ, ଆଦିଲଙ୍କୁ ଜିମ ଯିବାର ସଉକ ଥିଲା । ଦେଢମାସ ପୂର୍ବରୁ ଆଦିଲଙ୍କର ଷ୍ଟୋନ ଅପରେସନ ହୋଇଥିଲା । ସେଥିପାଇଁ ସେ ଜିମ ଆସିପାରୁ ନଥିଲେ । ଗତ ୪/୫ ଦିନ ହେବ ଜିମ ଆସିବା ଆରମ୍ଭ କରିଥିଲେ ବୋଲି ଆଦିଲଙ୍କର ପିତା କହିଛନ୍ତି ।ତେବେ ଦର୍ଶକବନ୍ଧୁ ଏଥିରୁ ଆପଣମାନେ ନିଶ୍ଚୟ ସର୍ତକ ରହିବା ଦରକାର । ଶରୀରରେ ଯଦି କୌଣସି ଯନ୍ତ୍ରଣା ଅନୁଭବ କରୁଛନ୍ତି । ତେବେ ସମ୍ପୁର୍ଣ୍ଣ ମାତ୍ରାରେ ଏକ୍ସାଇଜ କରିବା କିମ୍ବା ଜିମ ଠାରୁ ଦୁରେଇ ରୁହନ୍ତୁ ।