ଦଶରଥପୁର ବ୍ଲକ କୟାଁ ପଞ୍ଚାୟତସ୍ତ ଦୁବକଣ ଜୟଚଣ୍ଡୀ ସରକାରୀ ଉଚ୍ଚ ବିଦ୍ୟାଳୟ ୨୦୦୧ମେଟ୍ରିକ ବ୍ୟାଚ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଆଜି ଗୁରୁପୂଜନ ଓ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ୨00୧ ବ୍ୟାଚର ଛାତ୍ର ଆରତ ରଞ୍ଜନ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶଶଧର ନାୟକ, ପୂର୍ବତନ ପ୍ରଧାନ ଶିକ୍ଷକ ଚକ୍ରଧର ଓଝା, ପୂର୍ବତନ ପ୍ରଧାନ ଶିକ୍ଷକ ଦୁର୍ୟୋଧନ ବାରିକ, ଶିକ୍ଷକ ଜଗନ୍ନାଥ ଦାସ, ଜଗନ୍ନାଥ ସାହୁ, ନିରୋଦ କୁମାର ରାୟ , ନରହରି ମିଶ୍ର,ବ୍ରହ୍ମାନନ୍ଦ ନାୟକ ପ୍ରମୁଖ ଯୋଗ ଦେଇଥିବାବେଳେ ବର୍ତମାନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର କାଣ୍ଡି ପ୍ରମୁଖ ଯୋଗ ଦେଇଥିଲେ।
ଚତୁର୍ଥ ଶ୍ରେଣୀ କର୍ମଚାରୀ ଗୋଲେକ ବାରିକ, ସରୋଜ ଯେନା , ଅଶୋକ ବେହେରା ମଧ୍ୟ ଯୋଗ ଦେଇଥିଲେ। ବିଦ୍ୟାଳୟକୁ ଆଜି ରଙ୍ଗୀନ କରି ସଜା ଯାଇଥିବାବେଳେ ଶିକ୍ଷକ ମାନଙ୍କୁ ଫାଟକ ନିକଟରୁ ବାଜା ରୋଷଣୀ ମାଧ୍ୟମରେ ଛାତ୍ର ଛାତ୍ରୀ ମାନେ ପାଛୋଟି ଆଣିଥିଲେ। ପ୍ରଥମେ ଦିବଙ୍ଗତ ଶିକ୍ଷକ ଲଷ୍ମୀଧର ତ୍ରିପାଠୀ ଓ ଦିବଂଗତ ଛାତ୍ର ଛାତ୍ରୀମାନଙ୍କ ଅମର ଆତ୍ମପାଇଁ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ୨୦୦୧ବ୍ୟାଚ ଛାତ୍ରୀମାନେ ଶିକ୍ଷକ ମାନଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନକରି ସମ୍ବର୍ଦ୍ଧିତ କରିଥିଲେ। ୨୦୦୧ ମ୍ୟାଟ୍ରିକ ବ୍ୟାଚର ୭0 ଜଣ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ଆଜି ପ୍ରାୟ ୫୦ଜଣ ଛାତ୍ର ଛାତ୍ରୀ ଉପସ୍ଥିତ ରହି ଦୀର୍ଘ ୨୫ ବର୍ଷ ପରେ ଆଜି ପରସ୍ପର ସହିତ ଭାବବିନିମୟ କରିଥିଲେ ।
୨୦୦୧ମସିହାର ବିଦ୍ୟାଳୟ ଆଜିର ବିଦ୍ୟାଳୟର ରୂପ ରେଖ ଆକାଶ ପାତାଳ ପ୍ରଭେଦ ହୋଇସାରିଛି କିନ୍ତୁ ସେ ସମୟର ଗୁରୁ ଶିଷ୍ୟ ସମ୍ପର୍କ ଆଜି କମି କମି ଯାଉଛି ବୋଲି ଉପସ୍ଥିତ ଗୁରୁମାନେ ମତ ପ୍ରକାଶ କରିଥିଲେ।ଆଜିର କାର୍ଯ୍ୟକ୍ରମ ପରିଚାଳନା କରିବାରେ ୨୦୦୧ ମ୍ୟାଟ୍ରିକ ବ୍ୟାଚର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଖଗେଶ୍ୱର ମଲ୍ଲିକ, କାହ୍ନୁ ଚରଣ ନାୟକ,ଶର୍ମିଳା ନାୟକ, ସୁବ୍ରତ ନାୟକ, ଚନ୍ଦ୍ରଚୂଡ଼ ନାୟକ, ସଂଘମିତ୍ରା ପଣ୍ଡା, ଇତିଶ୍ରୀ ବେହୁରିୟା, ଅନିମାରାଣି ଦାସ, ତୁଷାର ରଞ୍ଜନ ନାୟକ, ଗଙ୍ଗାଧର ପଣ୍ଡା, ବେଦପ୍ରକାଶ ବିଶ୍ୱାଳ, ଦୀପକ ଯେନା, ଜୟପ୍ରକାଶ ବିଶ୍ୱାଳ ପ୍ରମୁଖଙ୍କ ସମେତ ସମସ୍ତ ଛାତ୍ର ଛାତ୍ରୀ ମାନେ ସହଯୋଗ କରିଥିଲେ।