ଭିଜିଲାନ୍ସ ଜାଲରେ ଗଗନ ବିହାରୀ

(ସୌମ୍ୟ ରଂଜନ ସେଠୀ): ଭିଜିଲାନ୍ସ ଜାଲରେ ଫସିଛନ୍ତି ଗୁଣୁପୁର ଆଦିବାସୀ ଉନ୍ନୟନ ସଂସ୍ଥାର କନିଷ୍ଠ ଯନ୍ତ୍ରୀ । ଆୟ ବହିର୍ଭୁତ ସମତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା ଜିଲା ଗୁଣୁପୁର ସମ୍ମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର କନିଷ୍ଠ ଯନ୍ତ୍ରୀ ଗଗନ ବିହାରୀ ପତିଙ୍କ ଘରେ ଆଜି ଭିଜିଲାନ୍ସ ରେଡ୍ କରିଛି । ଗଗନ ବିହାରୀଙ୍କ ମୁନିଗୁଡା ସ୍ଥିତ ବାସଭବନ ଓ ବ୍ରହ୍ମପୁରର ତିନୋଟି ସ୍ଥାନ ସମେତ ଏକକାଳିନ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଛି । ଗଗନଙ୍କ ଘରୁ ନଗଦ ୩୦ ଲକ୍ଷ ଟଙ୍କା ଓ ସୁନା ଗହଣା ଜବତ ହୋଇଥିବା ବେଳେ ଆଗକୁ ଆହୁରି ସମ୍ପତ୍ତି ଜବତ ହେବ ବୋଲି ଭିଜିଲାନ୍ସ ଏସ୍‌ପି ମାୟାଧର ସ୍ବାଇଁ ଜଣାଇଛନ୍ତି ।