ଦୁଇଗୋଷ୍ଠୀ ସଂଘର୍ଷରେ ଜଣେ ମୃତ

(ମମତା ସାମଲ) : କଟକ ଜିଲ୍ଲା ବଡମ୍ବା ଥାନା ମାଣିଆବନ୍ଧରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ଏଥିରେ ଜଣେ ବ୍ୟକ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଆହତ ହୋଇଥିବା ଜଣାପଡିଛି । ଗଞ୍ଜେଇ ଚୋରାଚାଲାଣକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗି ରହିଥିଲା।

ସୂଚନାମୁତାବକ, ଗତକାଲି ରାତିରେ ଏହାକୁ ନେଇ ବୋମାମାଡ ଓ ଠେଙ୍ଗା ଦ୍ୱାରା ପରସ୍ପରକୁ ଆକ୍ରମଣ କରିଥିଲେ। ଆକ୍ରମଣରେ ତିଗିରିଆ ଥାନା ଅନ୍ତର୍ଗତ ବିନ୍ଧାଣିମା ଗ୍ରାମର ବିକାଶ ସାହୁଙ୍କ ମୃତ୍ୟୁ ହୋଇଥିବା ବେଳେ ଇନ୍ଦ୍ରମଣି ସିଠ ଆହତ ହୋଇଥିବା ଜଣା ପଡିଛି । ଆହତଙ୍କ ବାମ ହାତ, ମୁହଁ ଓ ଛାତିରେ ବୋମାମାଡ ଦ୍ୱାରା କ୍ଷତ ସୃଷ୍ଟି ହୋଇଛି। ଆହତଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ମାଣିଆବନ୍ଧ ଡାକ୍ତରଖାନା ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ସମ୍ପର୍କରେ ଖବର ପାଇ ବଡମ୍ବା ପୋଲିସ ଘଟଣାସ୍ଥଳରେ ପହଞ୍ଚି ୪ଜଣଙ୍କୁ ଗିରଫ କରିବା ସହ ତଦନ୍ତ ଚଳାଇଛି ।