ସାବଧାନ ! ଗ୍ରୀନ-ଟି ପିଇବା ପରେ ଖାଉଛନ୍ତି ଏହି ଖାଦ୍ୟ…

0

ଭୁବନେଶ୍ୱର : ସୁସ୍ଥ ରହିବା ସହ ଓଜନ ଠିକ ରହିବା ନିହାତି ଜରୁରୀ । ସେଥିପାଇଁ ଅନେକ ଲୋକ ଗ୍ରୀନ-ଟି କୁ ଓଜନ ହ୍ରାସ କରିବାର ଏକ ମାଧ୍ୟମ ଭାବେ ଗ୍ରହଣ କରିଛନ୍ତି। ଗ୍ରୀନ-ଟି ପିଇବା ଦ୍ୱାରା ଶରୀର ଡିଟକ୍ସାଇଫ କରାଇବା ସହ ମେଦବହୁଳତା ଓ ବ୍ଲଡ଼ ସୁଗାର କମାଇବାରେ ସହାୟକ ହୋଇଥାଏ । ତଥାପି ଠିକ ସମୟରେ ଗ୍ରୀନ-ଟି ପିଇବା ଆବଶ୍ୟକ ହୋଇଥାଏ ।

କେତେବେଳେ ଏବଂ କିପରି ଗ୍ରୀନ-ଟି ପିଇବା ଉଚିତ ?
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଗ୍ରୀନ-ଟି ପିଇବା ମେଟାବୋଲିଯିମକୁ ବଢ଼ାଇଥାଏ । ଏହାର ପ୍ରଭାବ ସ୍କିନରେ ମଧ୍ୟ ଦେଖାଯାଏ । ଯଦି ଦୀର୍ଘ ସମୟ ପର୍ଯ୍ୟନ୍ତ ସୁସ୍ଥ ରହିବାକୁ ଚାହାଁନ୍ତି ତାହେଲେ ଗ୍ରୀନ-ଟି ପିଇବା ଅଭ୍ୟାସ କରନ୍ତୁ । କିନ୍ତୁ ସମୟରେ ପରିବର୍ତ୍ତନ ହେଲେ ତାହା ଲାଭ ବଦଳରେ କ୍ଷତି ହେବ ।

ସାଧାରଣତଃ ନିଜକୁ ଫିଟ ରଖିବା ପାଇଁ କିଛି ଲୋକ ବ୍ୟାୟାମ ପରେ ଗ୍ରୀନ-ଟି ପିଇଥାନ୍ତି କିନ୍ତୁ ତାହା ଲାଭ ନୁହେଁ କ୍ଷତି ଘଟାଏ। ଏକ୍ସପର୍ଟଙ୍କ ଅନୁସାରେ, ସକାଳେ ଖାଲି ପେଟରେ ଗ୍ରୀନ-ଟି ପିଇବା ଦ୍ୱାରା ପେଟ ଯନ୍ତ୍ରଣା ହୋଇଥାଏ । ଗ୍ରୀନ-ଟି ରେ ମିଳୁଥିବା ପଲିଫେନଲ ଯୋଗୁଁ ଏହା ଟେନିନ ଭାବେ ଜଣା। ଏଣୁ ପେଟରେ ଥିବା ଏସିଡର ପରିମାଣ ବଢି଼ବାରେ ଲାଗିଥାଏ ।
ଏଭଳି ସ୍ଥିତିରେ କିଛି ଲୋକଙ୍କର ପେଟଜନିତ ସମସ୍ୟା ସହ କୋଷ୍ଠକାଠିନ୍ୟରେ ପୀଡିତ ହୋଇପାରନ୍ତି । ତେଣୁ ଜଳଖିଆ ପରେ ହିଁ ଗ୍ରୀନ ଟି ପିଇବା ଉଚିତ । କିନ୍ତୁ ଗ୍ରୀନ-ଟି ଅତ୍ୟଧିକ ପରିମାଣରେ ପିଇବା ମଧ୍ୟ ଅନୁଚିତ । କାରଣ ଏଥିରେ ଯେଉଁ କ୍ୟାଫେନ ଥାଏ ଯାହା ବାନ୍ତି, ଗ୍ୟାସ, ମୁଣ୍ଡ ବୁଲାଇବା ଭଳି ସମସ୍ୟା ଆସିଥାଏ ।

ତେବେ ଗ୍ରୀନ-ଟି ପିଇବାର ଉପଯୁକ୍ତ ସମୟ କ’ଣ ?
ଯଦି ଆପଣ ଚାହାଁନ୍ତି, ଜଳଖିଆ ଖାଇବା ପରେ ଗ୍ରୀନ-ଟି ପିଇପାରିବେ। ସକାଳେ ଏବଂ ସନ୍ଧ୍ୟାରେ ଗ୍ରୀନ-ଟି ପିଇବା ଦ୍ୱାରା ମେଟାବୋଲିଯିମ ତ୍ୱରାନ୍ୱିତ ହୋଇଥାଏ । ଏହା ଓଜନ ହ୍ରାସ କରିବାରେ ସହାୟକ ହେଲେ ମଧ୍ୟ ୩-୪ କପରୁ ଅଧିକ ଗ୍ରୀନ-ଟି ପିଇବା ଉଚିତ ନୁହେଁ । ସେଥିରେ କ୍ଷୀର କିମ୍ବା ଚିନି ମିସେଇବା ଉଚିତ ନୁହେଁ । ଏହାକୁ ପିଇବା ପରେ କିଛି ଖାଇବା ମଧ୍ୟ ଅନୁଚିତ । ରାତିରେ ମଧ୍ୟ ଶୋଇବା ପୂର୍ବରୁ ଏଥିରୁ ଦୁରେଇ ରହିବା ଆବଶ୍ୟକ । ଏହା ଦ୍ୱାରା ଲିଭର ସମସ୍ୟା ଓ ଅନିଦ୍ରା ହୋଇପାରନ୍ତି । ଉଚିତ ସମୟରେ ଗ୍ରୀନ-ଟି ପିଇ ସୁସ୍ଥ ଜୀବନ ଯାପନ କରନ୍ତୁ ।