ମାଲକାନଗିରି ପୋଲିସକୁ ବଡ ସଫଳତା

(ସୂର୍ଯ୍ୟକାନ୍ତ ବେହେରା / ମାଲକାନଗିରି): ମାଲକାନଗିରି ଜିଲ୍ଲା ପୋଲିସକୁ ସର୍ଚ୍ଚ ଅପରେସନ ବେଳେ ମିଳିଛି ବଡ ସଫଳତା । ସର୍ଚ୍ଚ ସମୟରେ ବ୍ୟାପକ ଗୁଳି ଓ ବୋମା ଜବତ । ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ଏସ ଓ ଜି, ବିଏସଏଫ ଓ ଡିଭିଏଫର ମିଳିତ ସର୍ଚ୍ଚ ଅପରେସନ ବେଳେ ଅଣ୍ଡରାପାଲି ନିକଟରେ ସୁରକ୍ଷା କର୍ମୀଙ୍କୁ ହ୍ୟାଣ୍ଡ ଗ୍ରେନେଡ଼ , ବହୁ ଥ୍ରୀନଟ ଥ୍ରୀ ଓ ନାଇନ ଏମ ଏମ ଗୁଳି ଜବତ ହୋଇଛି । ମାଓବାଦୀଙ୍କ ଦ୍ଵାରା ଏହି ମାଓ ସାମଗ୍ରୀ ଲୁକ୍କାୟିତ ଭାବେ ରଖାଯାଇଥିବା ବେଳେ ପୋଲିସ ଏହାକୁ ଜବତ କରିଛି। ତେବେ ଏହା ମାଓବାଦୀଙ୍କ ଏକ ଯୋଜନାକୁ ପଣ୍ଡ କରିବା ସହ ଶକ୍ତ ଝଟକା ଦେଇଛି ।