BDO ସ୍ତରରେ ବଡ ଧରଣର ଅଦଳବଦଳ କଲେ ସରକାର

ଭୁବନେଶ୍ୱର: BDO ସ୍ତରରେ ବଡ ଧରଣର ଅଦଳବଦଳ କଲେ ସରକାର । ମୋଟ ୪୩ ଜଣ ବିଡ଼ିଓଙ୍କୁ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଚନ୍ଦ୍ରମଣି ନାଗ ରାଜବଡାସମ୍ବରରୁ ଟିଟିଲାଗଡକୁ ବଦଳି ।ଆକାଶ ପଣ୍ଡା ହେଲେ ଆଠଗଡ଼ ବିଡିଓ, ରାହୁଲ ମଣ୍ଡଳ ହେଲେ ଢେଙ୍କାନାଳ ସଦର ବିଡିଓ ।ସେହିପରି ସାଗର ଚନ୍ଦ୍ର ମୁର୍ମୁ ମୟୂରଭଞ୍ଜ ବିଷୋଇ ବିଡ଼ିଓ ହୋଇଥିବା ବେଳେ କଲ୍ୟାଣ ସୌରଭ ଦାଶ ହେଲେ ହିନ୍ଦୋଳ ବିଡିଓ । ସେହିପରି ଅବନ୍ତିକା ସାହୁ ଯାଜପୁର କୋରେଇ ବିଡିଓ ହୋଇଛନ୍ତି ।