ଚାଷୀଙ୍କ ପାଇଁ ଖୁସି ଖବର, ବଢିଲା ପିଏମ୍‌ କିଷାନ KYC ଅପଡେଟ୍ ଅବଧି

ଭୁବନେଶ୍ଵର: ପିଏମ୍‌ କିଷାନ KYC ଅପଡେଟ୍ ଅବଧି ବୃଦ୍ଧି କଲେ ସରକାର । KYC ଅପଡେଟ୍ ଅବଧି ଆଉ ୬ ମାସ ବୃଦ୍ଧି କଲେ ରାଜ୍ୟ ସରକାର । ସିଏମ୍‌ କିଷାନ ହିତାଧିକାରୀ ପିଏମ୍‌ କିଷାନ KYC ଅପଡେଟ୍ କରିପାରିବେ । ସିଏମ୍‌ କିଷାନରେ ୫୧ ଲକ୍ଷ ୫୪ ହଜାର ହିତାଧିକାରୀ ସାମିଲ୍ ଅଛନ୍ତି । ସେହିପରି ପିଏମ୍‌ କିଷାନରେ ୩୪ ଲକ୍ଷ ୮୫ ହଜାର ହିତାଧିକାରୀ ସାମିଲ୍ ଅଛନ୍ତି ।

ତେବେ ପିଏମ କିଷାନରୁ ବାଦ ପଡ଼ିଥିବା ଚାଷୀମାନଙ୍କୁ କେୱାଇସି ପାଇଁ ଦିଆଯାଇଥିବା ଅବଧିକୁ ଆଉ ୬ ମାସ ବଢ଼ାଇଛନ୍ତି ରାଜ୍ୟ ସରକାର । ସେପ୍ଟେମ୍ବର ୮ରୁ ଆଉ ୬ ମାସ ବୃଦ୍ଧି କରାଯାଇଛି । ସିଏମ କିଷାନ ପାଉଥିବା ହିତାଧିକାରୀ ପିଏମ କିଷାନରେ କେୱାଇସି ଅପଡେଟ କରି ସାମିଲ ହୋଇପାରିବେ । ପୂର୍ବ ବର୍ଷ ଅପେକ୍ଷା ଅଧିକ ୬ ଲକ୍ଷ ହିତାଧିକାରୀ ପିଏମ କିଷାନରେ ସାମିଲ କରିଛନ୍ତି ନୂଆ ସରକାର । ଅଧିକ ଚାଷୀଙ୍କୁ ଯୋଡିବାକୁ ସରକାର କରୁଛନ୍ତି ସ୍ପେଶାଲ ଡ୍ରାଇଭ ।