ଖୁସି ଖବର, ୮ମ ବେତନ କମିଶନକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କୁ ମୋଦି ସରକାରଙ୍କ ବଡ଼ ଉପହାର । କ୍ୟାବିନେଟ୍ ଅଷ୍ଟମ ବେତନ କମିଶନର ସର୍ତ୍ତାବଳୀକୁ ଅନୁମୋଦନ କରିଛି । ଏନେଇ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟମ ବେତନ କମିଶନର ନିୟମ ଏବଂ ସର୍ତ୍ତାବଳୀକୁ ଅନୁମୋଦନ କରିଛନ୍ତି।

ଶ୍ରୀ ବୈଷ୍ଣବ କହିଛନ୍ତି ଯେ, କମିଶନର ସୁପାରିଶ ଦ୍ୱାରା ୫୦ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଲାଭ ପାଇବେ। ଏଥିରେ ପ୍ରତିରକ୍ଷା ସେବା ଏବଂ ପ୍ରାୟ ୬୯ ଲକ୍ଷ ପେନସନଭୋଗୀ ମଧ୍ୟ ଉପକୃତ ହେବେ। କେନ୍ଦ୍ର କ୍ୟାବିନେଟ୍ ଅଷ୍ଟମ ବେତନ କମିଶନର କ୍ଷମତା ଏବଂ କାର୍ଯ୍ୟକୁ ରୂପରେଖା ଦେଇଛି। ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ରଞ୍ଜନା ପ୍ରକାଶ ଦେଶାଇଙ୍କୁ ଏହାର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି।

ଅଷ୍ଟମ ବେତନ କମିଶନ ୧୮ ମାସ ମଧ୍ୟରେ ଏହାର ସୁପାରିଶ ଦାଖଲ କରିବ ବୋଲି ଆଶା କରାଯାଉଛି। ଅଷ୍ଟମ ବେତନ କମିଶନ ୧୮ ମାସ ମଧ୍ୟରେ ଏହାର ସୁପାରିଶ ଦାଖଲ କରିବ ବୋଲି ଆଶା କରାଯାଉଛି। ଆଇଆଇଏମ୍ ବାଙ୍ଗାଲୋର ପ୍ରଫେସର ପୁଲକ ଘୋଷ ଏବଂ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ ସଚିବ ପଙ୍କଜ ଜୈନ ସଦସ୍ୟ ରହିବେ।