ପୁଣି ଗୋବିନ୍ଦ ଜାମିନ ଆବେଦନ ଖାରଜ

ବଲାଙ୍ଗୀର: ବହୁ ଚର୍ଚ୍ଚିତ ମମିତା ହତ୍ୟା ମାମଲାରେ ଆଉ ଏକ ନୂଆ ମୋଡ । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଜାମିନ ଆବେଦନ ଖାରଜ କଲେ କଣ୍ଟାବାଞ୍ଜି ଏଡିଜେ କୋର୍ଟ । ମହାଲିଙ୍ଗ ସନସାଇନ ସ୍କୁଲ ପରିଚାଳକ ଗୋବିନ୍ଦ ସାହୁ ପୁଣି ଥରେ କଣ୍ଟାବାଞ୍ଜି ଉପ କାରାଗାରରେ ବନ୍ଦୀ ହୋଇ ରହିଗଲେ । ପୂର୍ବରୁ ବଙ୍ଗୋମୁଣ୍ଡା ଫାଷ୍ଟଟ୍ରାକ କୋର୍ଟ ଗୋବିନ୍ଦର ଜାମିନ ଆବେଦନ ଖାରଜ କରିଥିଲେ । ପୂର୍ବରୁ ମଧ୍ୟ ସେ ପୋଲିସ ହାଜତରୁ ଫେରାର୍ ହୋଇଥିଲା । ଜାମିନ ମିଳିଲେ ଆଗକୁ ମଧ୍ୟ ସେ ଫେରାର ହେବାର ସମ୍ଭାବନା ରହିଛି । ତା ସହ ସାକ୍ଷ୍ୟଙ୍କୁ ପ୍ରଭାବିତ କରିବା ଆଶଙ୍କା ରହିଥିବାର ସରକାରୀ ଓକିଲ ଯୁକ୍ତି ବାଢ଼ିଥିଲେ ।