ମାସିକ ସର୍ବନିମ୍ନ ପେନସନରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି ସରକାର । ବଦଳିବାକୁ ଯାଉଛି କର୍ମଚାରୀଙ୍କ ଇପିଏଫଓ ପେନସନ୍ ଯୋଜନା । ଏଥିପାଇଁ ସଂସଦର ଏକ କମିଟି ସୁପାରିଶ କରିଛନ୍ତି । ଇପିଏଫଓ କର୍ମଚାରୀ ପେନସନ୍ ଯୋଜନା-୧୯୯୫ଆଧାରରେ ଦୀର୍ଘଦିନ ଧରି ଥିବା ସର୍ବନିମ୍ନ ମାସିକ ପେନସନ ଯୋଜନା ୧୦୦୦ ଟଙ୍କାରେ ପରିବର୍ତ୍ତନ କରିବାକୁ କମିଟି ତରଫରୁ ସୁପାରିଶ କରାଯାଇଛି । ଏହି ସୁପାରିଶ ସେହି ସମୟରେ ହୋଇଛି ଯେତେବେଳେ ପେନସନଧାରୀମାନେ ପେନସନ ରାଶିକୁ ୭୫୦୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ଦାବି କରୁଛନ୍ତି । ସେମାନଙ୍କ କହିବାନୁସାରେ ମାତ୍ର ୧୦୦୦ଟଙ୍କାରେ ଆଜିର ସମୟରେ ଚଳିହେବନି । ଯାହା ଅଧିକ ସମସ୍ୟା ସୃଷ୍ଟି କରିବ ।