ଭୁବନେଶ୍ୱର: ରାଜ୍ୟ ବଜେଟରେ ଶିକ୍ଷାକୁ ଗୁରୁତ୍ୱ ଦେଇଛନ୍ତି ସରକାର । ଏହି ବଜେଟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୨୨ ହଜାର ୨୮ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ।୨୦୨୨-୨୩ ଶିକ୍ଷା ବର୍ଷରୁ ଶ୍ରେଣୀ ଗୃହ ଭିତରେ ଓ ବାହାରେ ଛାତ୍ରଛାତ୍ରୀଙ୍କୁ ସହାୟତା କରିବା ପାଇଁ ୫ଟି ହାଇସ୍କୁଲ ରୂପାନ୍ତରୀକରଣ କାର୍ୟ୍ୟକ୍ରମ ଅଧିନରେ ଏକାଡେମିକ କ୍ୟାଲେଣ୍ଡର, ହାଉସ ସିଷ୍ଟମ ଏବଂ ସ୍କୁଲ ସ୍ତରୀୟ କ୍ଲବ ପ୍ରଚଳନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହାସହ ୱାଚ ଓ ୱାର୍ଡ ଓ ହାଉସକିପିଂ ସେବାର ବ୍ୟବସ୍ଥା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନିୟୋଜିତ କରାଯାଇଛି । ଏଥିପାଇଁ ୧ ଶହ ୩କୋଟି ଟଙ୍କା ବ୍ୟବରାଦ କରାଯାଇଛି ।ମୋ ସ୍କୁଲ ଅଭିଯାନରେ ୭ ଲକ୍ଷ ୭୧ ହଜାର ୯ ଶହ ୩୪ ଜଣ ପୂର୍ବତନ ଛାତ୍ରଛାତ୍ରୀ ୩୧ ଜାନୁଆରୀ ୨୦୨୩ ସୁଦ୍ଧା ସାମିଲ ହେବା ୧ ଶହ ୯୬ କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ସେମାନଙ୍କ ଅନୁରୂପ ଅନୁଦାନକୁ ଦୃଷ୍ଟିରେ ରଖି ସରକାର ବିଦ୍ୟାଳୟ ଗୁଡିକର ସାମଗ୍ରିକ ବିକାଶ ପାଇଁ ୩ ଶହ ୮୨ କୋଟି ଟଙ୍କାର ପ୍ରଦାନ କରିଛନ୍ତି ।