ଆୟୋଜିତ ହେବ ଗୋପାଳପୁର ବେଳାଭୂମି ମହୋତ୍ସବ

ଆୟୋଜିତ ହେଲା ପ୍ରସ୍ତୁତି ବୈଠକ

0

ଗଞ୍ଜାମ : ଗତ ଦୁଇ ବର୍ଷର ବ୍ୟବଧାନ ପରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିରେ ଆୟୋଜିତ ହେବାକୁ ଯାଉଛି ଗୋପାଳପୁର ବେଳାଭୂମି ମହୋତ୍ସବ । ଆସନ୍ତା ଡିସେମ୍ୱର ଶେଷ ସପ୍ତାହରେ ଆୟୋଜିତ ହେବ ଏହି ବେଳାଭୂମି ମହୋତ୍ସବ କୋଭିଡ କଟକଣା ଏବଂ ଅନ୍ୟାନ୍ୟ କାରଣ ପାଇଁ ଆୟୋଜିତ ହୋଇପାରୁନଥିବା ଗୋପାଳପୁର ବେଳାଭୂମି ମହୋତ୍ସବ କୁ ଚଳିତବର୍ଷ ଆୟୋଜନ କରାଯିବ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଛି । ପ୍ରଥମ ପ୍ରସ୍ତୁତି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଗୋପାଳପୁର ସ୍ଥିତ ସ୍ୱତନ୍ତ୍ର ସର୍କିଟ ହାଉସ ପରିସରରେ ଗଞ୍ଜାମ ପ୍ରଶାସନ ପକ୍ଷରୁ ମହୋତ୍ସବକୁ କିପରି ଆୟୋଜନ କରାଯିବ ସେ ନେଇ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନେଇ କରାଯାଇଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା । ବେଳାଭୂମି ମହୋତ୍ସବରେ ପଲ୍ଲିଶ୍ରୀ ମେଳା, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ବିକ୍ରିବଟା ସାଙ୍ଗକୁ ପ୍ରତ୍ୟେକ ଦିନ ସଂଧ୍ୟାରେ ଜିଲ୍ଲାର ସ୍ଥାନୀୟ ଲୋକକଳା ସହିତ ରାଜ୍ୟର ଅନ୍ୟ ଜିଲ୍ଲାର କଳାକାରଗଣ ଏବଂ ନାମୀଦାମୀ କଳାକାରଗଣଙ୍କ ଦ୍ବାରା ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ ହେବ ।

ସମସ୍ତ ବିଭାଗ ଦ୍ବାରା ପ୍ରଦାନ କରାଯାଉଥିବା ସେବା ସମ୍ପର୍କିତ ସଚେତନତାମୂଳକ ସୂଚନା ପ୍ରଦର୍ଶିତ ହେବ ସମସ୍ତ ବିଭାଗକୁ ଏଥି ସମ୍ପର୍କରେ କାର୍ୟ୍ୟଖସଡା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ମହୋତ୍ସବ ଆୟୋଜନ ପୂର୍ବରୁ ମହୋତ୍ସବ ସ୍ଥଳର ଜମି ସମତଳ କାର୍ୟ୍ୟ , ପାର୍କିଙ୍ଗି ବ୍ୟବସ୍ଥା , ସୁରକ୍ଷା କାର୍ୟ୍ୟ , ପାନୀୟ ଜଳ , ପରିମଳ, ଷ୍ଟଲ୍ ଗୁଡିକର ପ୍ରସ୍ତୁତି , ରାସ୍ତା ଗୁଡଜିକର ମରାମତି, କଳାକାର ଚୟନ, ବ୍ୟବସାୟ ନିମନ୍ତେ ଆସିବାକୁ ଥିବା ଦଳ ଓ କଳାକାରମାନଙ୍କ ରହିବା ବ୍ୟବସ୍ଥା, ଯାତାୟତ ସୁବିଧା, ବିଦ୍ୟୁତ ବ୍ୟବସ୍ଥା, ସିସି ଟିଭି ବ୍ୟବସ୍ଥା, ଟ୍ରାଫିକ୍ କଣ୍ଟ୍ରୋଲ, ଅଗ୍ନିଶମ ବ୍ୟବସ୍ଥା, ସ୍ବାସ୍ଥ୍ୟ ସୁରକ୍ଷା, ଖାଦ୍ୟ ମାନ ଯାଂଚ, ପ୍ରଚାର ପ୍ରସାର, ସ୍ମରଣୀକା ପ୍ରକାଶନ ଇତ୍ୟାଦି ସମସ୍ତ ବିଷୟକୁ ଗୁରୁତ୍ୱର ସହ ଆଲୋଚନା କରାଯାଇଥିଲା । ସାଂସ୍କୃତିକ ଦଳ ସକାଶେ ସଂସ୍କୃତି ବିଭାଗ ଏବଂ ବିଭିନ୍ନ ଜିଲ୍ଲା ସହିତ ଯୋଗାଯୋଗ କରିବାକୁ କୁହାଯାଇଛି । ସ୍ମରଣୀକା ପ୍ରକାଶନ ନିମନ୍ତେ ଲେଖକ ମାନଙ୍କ ଠାରୁ ଜିଲ୍ଲାର ସଂସ୍କୃତି, ବୈଭବ, କଳାକୃତି, ଜିଲ୍ଲାର ପର୍ୟ୍ୟଟନ ସ୍ଥଳୀ ସମ୍ପର୍କିତ ଲେଖା ସଂଗ୍ରହ କରିବାକୁ କୁହାଯାଇଛି ପୂର୍ବରୁ ପ୍ରତେକ ବର୍ଷ ଡିସେମ୍ୱର ମାସର ୨୪ ତାରିଖରୁ ୨୮ ତାରିଖ ପର୍ୟ୍ୟନ୍ତ ଗୋପାଳପୁର ବେଳାଭୂମି ମହୋତ୍ସବ ଆୟୋଜିତ ହେଉଥିବା ବେଳେ ଚଳିତବର୍ଷ ଛୁଟି ଦିନ ଏବଂ ଅନ୍ୟାନ୍ୟ ବିଷୟକୁ ଗୁରୁତ୍ତ୍ୱ ଦେଇ ଆସନ୍ତା ଦୁଇ ଦିନ ମଧ୍ୟରେ ତାରିଖ ଚୁଡାନ୍ତ କରାଯିବା ସହିତ ଗତ ବର୍ଷ ଯେଉଁ ସ୍ଥାନରେ ମହୋତ୍ସବ ହୋଇଥିଲା ଚଳିତବର୍ଷ ମଧ୍ୟ ସେହି ସ୍ଥାନରେ କରାଯିବାକୁ ସ୍ଥିର କରାଯାଇଥିବା ବେଳେ ରାଜ୍ୟ ସଂସ୍କୃତି ଓ ପର୍ୟ୍ୟଟନ ବିଭାଗ ସହିତ ଆଲୋଚନା କରାଯାଇ ମିଳିତ ଭାବରେ ପାରମ୍ପାରିକ ନୃତ୍ୟ , କଳା ସଂସ୍କୃତିର ବିକାଶ , ଗଞ୍ଜାମ ଜିଲ୍ଲାର ସୁନାମ ଯେପରି ଆସିପାରିବ ସେ ନେଇ କାର୍ୟ୍ୟ କରାଯିବ ବୋଲି ବୈଠକ ଶେଷ ପରେ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ।

ଏଥିସହ ବୈଠକରେ ମହୋତ୍ସବ ଯେପରି ସୂଚାର ରୂପେ ଆୟୋଜନ କରାଯିବ ସେ ନେଇ ସମସ୍ତ ଲାଇନ୍ ଡିପାର୍ଟମେଣ୍ଟ ସହିତ ଆଲୋଚନା କରିଯାଇଥିଲା ବୈଠକ ଶେଷ ପରେ ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀ ମାନେ ବେଳାଭୂମି ମହୋତ୍ସବ ଆୟୋଜିତ ହେଉଥିବା ମହୋତ୍ସବ ସ୍ଥଳକୁ ବୁଲ୍ଲି ଦେଖିବା ସହିତ କିପରି ମହୋତ୍ସବ ଆୟୋଜନ ହେବ ତାହାକୁ ଅନୁଧ୍ୟାନ କରିଥିଲେ । ରାଜ୍ୟର ପର୍ୟ୍ୟଟନ ମାନଚିତ୍ରରେ ଗୋପାଳପୁର ସ୍ୱତନ୍ତ୍ର ସ୍ଥାନ ହାସଲ କରିଥିବା ବେଳେ ଗୋପାଳପୁର ପ୍ରତି ପର୍ୟ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ ପୂର୍ବରୁ ପ୍ରତେକ ବର୍ଷ ଡିସେମ୍ୱର ମାସର ୨୪ ରୁ ୨୮ ତାରିଖ ପର୍ୟ୍ୟନ୍ତ ଗୋପାଳପୁର ବେଳାଭୂମି ମହୋତ୍ସବ ଆୟୋଜନ କରାଯାଉଥିବା ବେଳେ ଚଳିତବର୍ଷ ପୁଣି ଥରେ ଆୟୋଜିତ ହେବାକୁ ଥିବା ବେଳେ ଏହି ମହୋତ୍ସବକୁ ସଫଳତାର ସହ ଆୟୋଜନ କରାଯିବାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଛି ପ୍ରସ୍ତୁତି ଗତ ଦୁଇ ବର୍ଷର ବ୍ୟବଧାନ ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ଆୟୋଜନ କରୁଥିବା ନେଇ ଖୁସି ପ୍ରକାଶ କରିଛନ୍ତି ଗୋପାଳପୁର ବାସିନ୍ଦା ।