(ଜୟନ୍ତ କୁମାର ସେଠୀ/ଗୋପ): ଧନୁଆ ଓ ଭାର୍ଗବୀ ନଦୀର ବନ୍ୟା ଜଳ ପୁରୀ ଜିଲ୍ଲାରେ ଉଜାଡି ଦେଇଛି ଶହ ଶହ ହେକ୍ଟର ଧାନ ଫସଲ । ଚାଷ ଜମିରେ ପାଣି ଲହରୀ ଭାଙ୍ଗୁଥିବା ବେଳେ ଜିଲ୍ଲା ଅନ୍ତର୍ଗତ ଗୋପ ବ୍ଲକର ଗଣେଶ୍ୱର ପୁର, ଡଭାର, ଗୁନିଆ, ଗଡଦଳି, ଓଲଣ୍ଡି, ସନ୍ତରସ, ଆଳେଇ, ରାହାଁଗରଡା, ଖଣ୍ଡାସାହି, ଖୋଲମରା, ରୁଙ୍କଇ, ଆଢେଣା, ସିସିଓ, ଇଚ୍ଛାପୁର, ଦଳବା, ସିସିରପୁର ଆଦି ପଞ୍ଚାୟତର ହେକ୍ଟର ହେକ୍ଟର ଧାନ ଫସଲ ନଷ୍ଟ ହୋଇ ଗଲାଣି । ଦିନ ଦିନ ଧରି ଚାଷ ଜମିରେ ବନ୍ୟା ପାଣି ଜମି ରହିବା ଯୋଗୁଁ ଧାନ ସବୁ ପଚି ନଷ୍ଟ ହେବାକୁ ବସିଲାଣି । ପୂର୍ବରୁ ଋଣ ବୋଝରେ ଥିବା ଚାଷୀ ଏଭଳି ସ୍ଥିତିରେ ପରିବାର ଭରଣପୋଷଣ କେମିତି କରିବ ତାହାକୁ ନେଇ ଚିନ୍ତାରେ ପଡିଛି ।