କଟକ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ

କଟକ-: କଟକ ରେଳ ଷ୍ଟେସନରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନର ତିନୋଟି ୱାଗନ । କଟକ ପାରାଦୀପ ଆଠ ନମ୍ବର ରେଳ ଧାରଣାରେ ମାଲବାହୀ ଟ୍ରେନଟି ଲାଇନଚ୍ୟୁତ ହୋଇଛି । ଫଳରେ ଆଠ ନମ୍ବର ରେଳ ଲାଇନ ଦେଇ ସମସ୍ତ ପ୍ରକାର ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ସୂଚନା ଅନୁଯାୟୀ, ସକାଳ ୮.୪୩ ସମୟରେ ପାରାଦୀପ ଅଭିମୁଖେ ଯାଉଥିବା ଏକ ଖାଲି ମାଲବାହୀ ଟ୍ରେନର ତିନୋଟି ୱାଗନ୍ ଲାଇନଚ୍ୟୁତ ହୋଇଥିବା ବେଳେ ଗୋଟିଏ ରେଳ ୱାଗନ ସମ୍ପୂର୍ଣ ଓଲଟି ପଡ଼ିଥିଲା । ଟ୍ରାକ୍ ପରିବର୍ତ୍ତନ କରିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ଯାହା ଫଳରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ସାମାନ୍ୟ ପ୍ରଭାବିତ ହୋଇଛି । ରେଳବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।